ଓଡିଶା

odisha

ETV Bharat / state

ତୁହାକୁ ତୁହା ବର୍ଷା ପରେ ବିପଦ ସଙ୍କେତ ଉପରେ ଅଧିକାଂଶ ନଦୀ, ପିପିଲିରେ ପୁଣି ବନ୍ୟା ଭୟ - flood in poparanga panchayat

ପୁରୀ ଜିଲ୍ଲା ପିପିଲିର ପୋପରଙ୍ଗା ପଞ୍ଚାୟତରେ ପ୍ରବେଶ କଲା ବନ୍ୟାଜଳ । ପାଚଲପୁର ଗାଁରେ 20 ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ । ଗଙ୍ଗୁଆ ନାଳ ପାଣି ଗାଁରେ ପ୍ରବେଶ ପରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ପଞ୍ଚାୟତର ଏକର ଏକର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଛି । ଅଧିକ ପଢ଼ନ୍ତୁ

ପିପିଲିରେ ପୁଣି ବନ୍ୟା ଭୟ
ପିପିଲିରେ ପୁଣି ବନ୍ୟା ଭୟ

By ETV Bharat Odisha Team

Published : Sep 18, 2023, 2:15 PM IST

ପିପିଲିରେ ପୁଣି ବନ୍ୟା ଭୟ

ପୁରୀ: ଜିଲ୍ଲା ପିପିଲିର ପୋପରଙ୍ଗା ପଞ୍ଚାୟତରେ ପୁଣି ପ୍ରବେଶ କରିଛି ବନ୍ୟାଜଳ । ପାଚଲପୁର ଗାଁରେ 20 ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ । ଗଙ୍ଗୁଆ ନାଳ ପାଣି ଗାଁରେ ପ୍ରବେଶ ପରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି । ଯାହାକୁ ନେଇ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ପଞ୍ଚାୟତର ଏକର ଏକର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଥିବା ବେଳେ ପାଣି ଯଥାଶୀଘ୍ର ନଛାଡ଼ିଲେ ଫସଲ ଉଜୁଡ଼ି ଯିବାର ସମ୍ଭାବନା ରହିଛି । ଚାଷଜମି ପାଣିରେ ବୁଡ଼ି ରହିଥିବାରୁ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଏହା ମଧ୍ୟ ପଢନ୍ତୁ..ଉଛୁଳା ନଦୀରେ ବିପଦପୂର୍ଣ୍ଣ ଯାତ୍ରା, ଆତଙ୍କିତ ଅଞ୍ଚଳବାସୀ

ସୂଚନା ଅନୁଯାୟୀ, ହୀରାକୁଦ ଗେଟ୍‌ ଖୋଲାଯାଇ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି । ମହାନଦୀର ଶାଖାନଦୀ ଦୟା, ଭାର୍ଗବୀ, କୁଶଭଦ୍ରାରେ ଏବେ ବନ୍ୟାଜଳ ପ୍ରବାହିତ ହେଉଛି । ପୁରୀ ଜିଲ୍ଲା ଦେଇ ମହାନଦୀର ଶାଖା ନଦୀଗୁଡ଼ିକ ବଙ୍ଗୋପସାଗରରେ ପଡ଼ିଛି । ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ପରେ ଏହାର ଶାଖା ନଦୀରେ ଜଳ ପତ୍ତନ ବୃଦ୍ଧି ପାଇଛି । ଯାହାଫଳରେ ଦୟା, ଭାର୍ଗବୀ ନଦୀ ନିକଟରେ ଥିବା ଚାଷ ଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ଦୟାର ଶାଖା ଗଙ୍ଗୁଆ ନାଳ ଦେଇ ବନ୍ୟାଜଳ ପିପିଲିର ପୋପୋରଙ୍ଗା ପଞ୍ଚାୟତରେ ପ୍ରବେଶ କରିଛି ।

ଗତବର୍ଷ ବନ୍ୟା ଯୋଗୁଁ ଗଙ୍ଗୁଆ ନାଳରେ ସୃଷ୍ଟି ହୋଇଥିବା ଘାଇ ଯୋଗୁ ପାଚଲପୁର ଗାଁ ପ୍ରାୟ ୨୫ ଦିନ ଧରି ଜଳବନ୍ଦୀ ଅବସ୍ଥାରେ ରହିଥିଲା । ଗାଁରେ ଚଳିତ ବର୍ଷ ଦୁଇ ଦୁଇ ଥର ବନ୍ୟାପାଣି ପ୍ରବେଶ କରିଛି । ଗତ ଅଗଷ୍ଟ ମାସରେ ମଧ୍ୟମଧରଣର ବନ୍ୟାରେ ପାଚଲପୁରରେ ବ୍ୟାପକ କ୍ଷତି ହୋଇଥିଲା । ଲୋକମାନଙ୍କୁ ଜଳବନ୍ଦୀ ଅବସ୍ଥାରେ ରହିବା ସହ ଫସଲ ନଷ୍ଟ ହୋଇଯାଇଥିଲା । ଉକ୍ତ କ୍ଷୟକ୍ଷତିର କ୍ଷତିପୂରଣ ଏପର୍ଯ୍ୟନ୍ତ ଚାଷୀ ପାଇ ନଥିବା ବେଳେ ମାସ କେଇଟା ନପୁରୁଣୁ ପୁଣି ବନ୍ୟା ସାମ୍ନା କରିବାକୁ ପଡ଼ିଛି ପାଚଲପୁର ଗ୍ରାମବାସୀଙ୍କୁ । ଯାହାକୁ ନେଇ ଚାଷୀ କୁଳ ସମେତ ସ୍ଥାନୀୟଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି । ଘାଇ ମରାମତି ହୋଇ ନଥିବାରୁ ନାଳ ପାଣି ପ୍ରବେଶ କରିଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ସେହିଭଳି ବୌଦ୍ଧ ଜିଲ୍ଲା ଅନେକ ସ୍ଥାନରେ ପ୍ରବେଶ କରିଛି ବନ୍ୟା ଜଳ । ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ଯୋଗୁଁ ଅନେକ ତଳିଆ ଅଞ୍ଚଳକୁ ବନ୍ୟା ଭୟ ଘାରିଛି । ବୌଦ୍ଧର ପୁରୁଣା ଜଗନ୍ନାଥ ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ 10ରୁ ଊର୍ଦ୍ଧ୍ବ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ଲୋକେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗା ସାହାଯ୍ୟରେ ଯାତାୟାତ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details