ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଆଶିଷ ଲାଭ କଲେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ

ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ସନ୍ଧ୍ୟାରେ ପ୍ରମିଳା ମଲ୍ଲିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଥମ ମହିଳା ବାଚସ୍ପତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଥମ ମହିଳା ବାଚସ୍ପତି

By ETV Bharat Odisha Team

Published : Sep 22, 2023, 10:42 PM IST

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ପ୍ରଥମ ମହିଳା ବାଚସ୍ପତି

ପୁରୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମ ମହିଳା ବାଚସ୍ପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ସନ୍ଧ୍ୟାରେ ପ୍ରମିଳା ମଲ୍ଲିକ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ସମାଜସେବୀ ପୁଷ୍ପାଞ୍ଜଳି ରଣା ତାଙ୍କୁ ସ୍ବାଗତ କରିଥିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ କରି ବିଶ୍ବର ମଙ୍ଗଳ କାମନା ସହ ଜଗତର କଲ୍ୟାଣ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ମହାପ୍ରଭୁଙ୍କୁ ଦର୍ଶନ କରି ମଁ ବେଶ ଖୁସି ଆନୁଭବ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବାଚସ୍ପତି ପଦ ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାସହ ସମସ୍ତ ଦଳର ବରିଷ୍ଠ ନେତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ସମସ୍ତଙ୍କ ଅଶା ବିଶ୍ବାସ ବଳରେ ମତେ ଗୁରୁ ଦାୟିତ୍ବ ମିଳିଛି । ଏହି କାର୍ଯ୍ୟକୁ ମୁଁ ବେଶ୍ ନିଷ୍ଠାର ସହ ତୁଲାଇବି । ମହାପ୍ରଭୁଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରୁଛି । ଏହାସହ ବିଧାନସଭା ସବୁବେଳେ ଭଲ ଭାବେ ଚାଲିବ ସେନେଇ ମଧ୍ୟ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।’’

ସୂଚନା ଅନୁଯାୟୀ, ବୁଧବାର ଶାସକ ଦଳ ବିଜେଡି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଥିଲା । ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଥିଲେ ପ୍ରମିଳା । ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ଗୃହ କାର୍ଯ୍ୟ ନିରପେକ୍ଷ ଭାବେ ପରିଚାଳନା କରିବେ ବୋଲି ପ୍ରମିଳା ମଲ୍ଲିକ କହିଥିଲେ । ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ପକ୍ଷରୁ ନୂଆ ବାଚସ୍ପତିଙ୍କୁ ସ୍ବାଗତ କରାଯାଇଥିଲା । ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରମିଳାଙ୍କ ଇସ୍ତଫା ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ପ୍ରଶମନ ବିଭାଗର ଅତିରିକ୍ତ ଦାୟିତ୍ବ ସୁଦାମ ମାରାଣ୍ଡିଙ୍କୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ... ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ବନ୍ଦରେ ନିର୍ବାଚିତ

ତେବେ ପ୍ରମିଳା ମଲ୍ଲିକ ୧୯୯୦ରେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରୁ ନିର୍ବାଚିତ ହୋଇ ଆସିଛନ୍ତି । ଯାଜପୁର ବିଞ୍ଝାରପୁର ଆସନରୁ ୨୦୦୦ ମସିହାରୁ ଲଗାତାର ଭାବେ ଜିତି ଆସୁଛନ୍ତି । ମୋଟ 6ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ଆନେକ ଥର ମନ୍ତ୍ରୀ ପଦ ପାଇଥିଲେ । ସେ ଜଣେ ଶାସକ ବିଜେଡିର ଆଗଧାଡ଼ିର ମହିଳା ନେତ୍ରୀ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details