ବ୍ରହ୍ମଗିରି:ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସଭା ଗୃହରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା ଅଧ୍ୟକ୍ଷତା କରିଥିଲେ । ନୂତନ ଭାବେ ନିର୍ବାଚିତ ହୋଇଥିବା 25ଟି ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟସଭ୍ୟା,3ଟି ଜିଲ୍ଲାପରିସଦ ସଭ୍ୟ ଓ ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ପଞ୍ଚାୟତ ସମିତି ବୈଠକ: ପାଣି ସମସ୍ୟା ନେଇ RWSS ଅଧିକାରୀଙ୍କୁ ଘେରିଲେ ଜନ ପ୍ରତିନିଧି - ପୁରୀରେ ପାନୀୟ ଜଳ ସମସ୍ୟା
ବ୍ରହ୍ମଗିରି ବ୍ଲକ ସଭା ଗୃହରେ ପ୍ରଥମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧକ୍ଷା ରତ୍ନମାଳା ବେହେରା ଅଧ୍ୟକ୍ଷତା କରିଥିଲେ । ଅଧିକ ପଢନ୍ତୁ
ପ୍ରଥମେ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ,ଜାତୀୟ ସହାୟତା ଯୋଜନା ଉପରେ ଆଲୋଚନା ହୋଇଥିଲା । ପରେ ପାନୀୟ ଜଳ ଯୋଗାଣ ଉପରେ ଆଲୋଚନା କରାଯାଇଥିଲା । ପାନୀୟ ଜଳ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବ୍ଲକର 25 ଟି ପଞ୍ଚାୟତରେ ଏହା କାର୍ଯ୍ୟକାରୀ ହେଉନଥିବା ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ । ଆରଡବ୍ଲୁଏସଏସ (rwss)ର ଅଧିକାରୀ ଏହା ଉପରେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଖରା ଦିନେ ପାନୀୟ ଜଳ ପାଇଁ ପ୍ରତ୍ୟକ ଗାଁର ଲୋକେ ଡହଳ ବିକଳ ହେଉଥିବା ଅଭିଯୋଗ ଶୁଣି ବିଡ଼ିଓ ଜ୍ୟୋତି ପ୍ରକାଶ ସେଠୀ ଜଳ ଯୋଗାଣ ସମସ୍ୟା ଖୁବଶୀଘ୍ର ଦୂର କରାଯିବା ବୋଲି କହିଥିଲେ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ