ଓଡିଶା

odisha

ETV Bharat / state

ଭୋଟ ଗଣତି ପାଇଁ ପୁରୀରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟ - over

ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ପାଇଁ ଭୋଟ ଗଣତି ହେବ। ଏନେଇ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଭୋଟ ଗଣତି ପାଇଁ କଡା ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଭିଏମ୍ ଥିବା ଷ୍ଟ୍ରଙ୍ଗ ରୁମ କେନ୍ଦ୍ରୀୟ ବଳ ଓ  ରାଜ୍ୟ ପୋଲିସ ପକ୍ଷରୁ 16 ପ୍ଲାଟୁନ  ପୋଲିସ ନିୟୋଜିତ ହୋଇଛନ୍ତି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ପୁରୀ

By

Published : May 22, 2019, 8:09 PM IST

ପୁରୀ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଭୋଟ ଗଣତି । ଏନେଇ ଗୁରୁବାର ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ପାଇଁ ଭୋଟ ଗଣତି ହେବ। ତେବେ ମୋଟ ଜିଲ୍ଲାରେ 1593ଟି ବୁଥରେ 10ଲକ୍ଷ 23ହଜାର 245ଜଣ ମତଦାନ ହୋଇଥିଲା। ତେଣୁ ଗୁରୁବାର ଏହି ଭୋଟ ଗଣତି କରାଯିବ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ପୁରୀ

କାକଟପୁରରେ 280ଟି ବୁଥରେ17,2,198 ମତଦାନ ହୋଇଥିଲା, ନିମାପଡାରେ 280ଟି ବୁଥରେ 18,5,866 ମତଦାନ ହୋଇଥିଲା । ସେହିପରି ପୁରୀରେ 235ଟି ବୁଥରେ 1,55,313 ମତଦାନ ହୋଇଥିବା ବେଳେ ବ୍ରହ୍ମଗିରିରେ 271 ବୁଥରେ 1,77,228 ମତଦାନ ହୋଇଥିଲା । ସେହିପରି ସତ୍ୟବାଦୀରେ 254 ଟି ବୁଥରେ 1,55,986 ମତଦାନ ହୋଇଥିଲା ଓ ପିପିଲିରେ 273 ଟି ବୁଥରେ 1,76,654 ମତଦାନ ହୋଇଥିଲା।

ଗୁରୁବାର ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ସରିଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ସକାଳ 8ଟାରୁ ଭୋଟ ଗଣନା ଆରମ୍ଭ ହେବ। ତେଣୁ ଏନେଇ 8ଟି ରୁମରେ ବ୍ୟବସ୍ଥା ହୋଇଛି। ପ୍ରଥମେ ପୋଷ୍ଟଲ ବାଲଟରେ ଗଣତି ହେବ। ଉଭୟ ଲୋକସଭା ଓ ବିଧାନସଭା ଆସନର ମତ ଗଣନା ନେଇ 7ଟି ଟେବୁଲର ବ୍ୟବସ୍ଥା ରହିଛି।

ଏହିପରି ପ୍ରଥମ ପର୍ଯ୍ୟୟରୁ ସପ୍ତମ ପର୍ଯ୍ୟାୟ ଯାଏଁ ଭୋଟ ଗଣତି ହେବ। ଅନ୍ତିମ ପର୍ଯ୍ୟାୟରେ ଭିଭିପାଟର ଚିରିକୁଟି ଗଣନା ହେବ । ଏହାପରେ ପ୍ରତି ନିର୍ବାଚନ ମଣ୍ଡଳୀର 5ଟି ଲେଖାଏଁ ଭିଭିପାଟ ଗଣନା କରାଯିବା ସହିତ ମେଳ କରାଯିବ। 6ଟି ବିଧାନସଭା ପାଇଁ 6 ଜଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତରେ ଏହି ଭୋଟ ଗଣନା ହେବ। ଏଥିସହ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ରିଟର୍ଣ୍ଣିଂ ଅଫିସର ପ୍ରତି ଟେବୁଲରେ ଉପସ୍ଥିତ ରହିବେ।

ପୁରୀ ଜିଲ୍ଲା ପ୍ରଶାସନ ସୂଚନା ଅନୁସାରେ, ପୁରୀ ସଦର ବିଧାନସଭା ଆସନ ପାଇଁ 63.89 ପ୍ରତିଶତ, ବ୍ରହ୍ମଗିରି 81.05, ସତ୍ୟବାଦୀ 74.79, ପିପିଲି 77.31, କାକଟପୁର 71.01, ନିମାପଡା 77.24 ପ୍ରତିଶତ ମତଦାନ ହୋଇଛି। ସେହିପରି ପୁରୀ ଲୋକସଭା ଆସନ ପାଇଁ 72.53 ପ୍ରତିଶତ ମତଦାନ ହୋଇଛି।

ଅନ୍ୟପଟେ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଭୋଟ ଗଣତି ପାଇଁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଭିଏମ୍ ଥିବା ଷ୍ଟ୍ରଙ୍ଗ ରୁମ କେନ୍ଦ୍ରୀୟ ବଳ ଓ ରାଜ୍ୟ ପୋଲିସ ପକ୍ଷରୁ 16 ପ୍ଲାଟୁନ ପୋଲିସ ନିୟୋଜିତ ହୋଇଛନ୍ତି । ସେହିପରି ପ୍ରତିଟି ଜାଗାରେ 32ଟି cctv କ୍ୟାମେରା ଲଗାଯାଇଛି। ଏଥିସହ ଭୋଟ ଗଣନା ଗୃହକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details