ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ ଅଭିଯୋଗ, ତଦନ୍ତ ଆରମ୍ଭ

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଚାଲିଥିବା ସମୟରେ ଅଘଟଣ । ଶ୍ରୀମନ୍ଦିର ଭିତରେ ମହିଳା ଭକ୍ତଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବାର ଆସିଛି ସାଘାଂତିକ ଅଭିଯୋଗ ।

By

Published : Jul 2, 2019, 6:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଚାଲିଥିବା ସମୟରେ ଅଘଟଣ । ଶ୍ରୀମନ୍ଦିର ଭିତରେ ମହିଳା ଭକ୍ତଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବାର ଆସିଛି ସାଘାଂତିକ ଅଭିଯୋଗ । ସୂଚନା ମୁତାବକ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଜଣେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି ।

ଘଟଣାରେ ମହିଳା ଭକ୍ତଙ୍କ ଆଖି ଫାଟି ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ଆହତ ମହିଳାଙ୍କ ନାମ ରାଜଲଷ୍ମୀ ପଣ୍ଡା ଏବଂ ତାଙ୍କ ଘର ଯାଜପୁର ବୋଲି ଜଣାପଡିଛି । ସର୍ବସାଧାରଣ ଦର୍ଶନ ସମୟରେ ଭିତର କାଠ ନିକଟରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଘଟଣାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତଦନ୍ତ ଆରମ୍ଭ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details