ଓଡିଶା

odisha

ETV Bharat / state

ବୋହୂକୁ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲେ ୭୨ ବର୍ଷୀୟ ଶ୍ବଶୁର

ବୋହୂକୁ ବାରମ୍ବାର ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ୭୨ ବର୍ଷ ବୟସ୍କ ଶ୍ବଶୁର ଗିରଫ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଶ୍ବଶୁରଙ୍କୁ 14 ଦିନଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ଅଦାଲତ ।

By

Published : Aug 14, 2019, 11:10 AM IST

Updated : Aug 14, 2019, 12:02 PM IST

ଡିଜାଇନ ଫଟୋ

ପୁରୀ: ନିଜ ବୋହୂକୁ ବାରମ୍ବାର ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ୭୨ ବର୍ଷ ବୟସ୍କ ଶ୍ବଶୁର ଗିରଫ । ଅସୁର ରୂପୀ ଶ୍ବଶୁରକୁ ଗିରଫ କରି ପିପିଲି ପୋଲିସ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ପାଶିବକ ପ୍ରବୃତ୍ତିର ଶ୍ବଶୁରଙ୍କ କଳାକାଣ୍ଡ କାରନାମାକୁ ନିଜ ମୋବାଇଲ୍‌ରେ କଏଦ କରି ପ୍ରମାଣ ସହ ପୋଲିସ ପାଖରେ ଅଭିଯୋଗ କରିଥିଲେ ବୋହୂ । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଶ୍ବଶୁରଙ୍କୁ 14 ଦିନଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ଅଦାଲତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ଅଞ୍ଚଳରେ ଘଟିଛି ଏଭଳି ଲଜ୍ଜ୍ୟଜନକ ଘଟଣା । ନିଜ ପୁତ୍ର ବଧୂକୁ ଉପରେ ପଡିଥିଲା କାମାନ୍ଧ ଶ୍ବଶୁରଙ୍କ ଲୋଲୁପ ନଜର । ଦୀର୍ଘ ଦିନ ହେଲା ବୋହୂ ଉପରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିଲେ କାମାସକ୍ତ ଶ୍ବଶୁର। ନିଜ ସ୍ବାମୀଙ୍କ ଆଗରେ ଓ ଘରର ଅନ୍ୟଲୋକଙ୍କ ଆଗରେ ଏହି କଥା ଉଠାଇଥିଲେ ମଧ୍ୟ କେହି ବିଶ୍ବାସ କରିନଥିଲା । ଶ୍ବଶୁରଙ୍କ ଏଭଳି ପଶୁତୁଲ୍ୟ ଆଚରଣରେ ଅତିଷ୍ଠ ଓ ଅଣନିଶ୍ବାସୀ ହୋଇ ବୋହୂ କରିଥିଲେ ଦୁଷ୍କର୍ମ ଉଦ୍ୟମର ଷ୍ଟିଙ୍ଗ୍ ଅପରେସନ । ନିଜ ମୋବାଇଲରେ ଶ୍ବଶୁରର କୁତ୍ସିତ କାରାନାମାର ଭିଡ଼ିଓ ଉତ୍ତୋଳନ କରିଥିଲେ। ଏହାସହ ଗତ 11 ତାରିଖରେ ପିପିଲି ଥାନାରେ ଲିଖିତ ଅଭିଯୋଗ ସହ ଭିଡିଓ କ୍ଲିପିଂ ଦାଖଲ କରିଥିଲେ । ଅଭିଯୋଗ ଆଧାରରେ ଶ୍ବଶୁରଙ୍କୁ ଗିରଫ କରିଛି ପୋଲିସ ।


ଗତକାଲି ପିପିଲି ପୋଲିସ ଦ୍ବାରା ଶ୍ବଶୁରକୁ ପ୍ରଥମେ ଅଟକ ପରେ ଆଜି ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ।ପିପିଲି ଜେଏମ୍‌ଏଫସି କୋର୍ଟ ବିଚାର ପତି ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଅଭିଯୁକ୍ତ ଶ୍ବଶୁର ଏବେ ନିମାପଡା ଜେଲରେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 14, 2019, 12:02 PM IST

ABOUT THE AUTHOR

...view details