ପୁରୀ: ଫନି ଉଜାଡି ଦେଇଛି ଜୀବନ ଜୀବିକା । ନା ଘର ଅଛି ନା ଖାଇବାକୁ । ମୁଣ୍ଡ ଫଟା ଖରାରରେ ଖୋଲା ଆକାଶ ତଳେ ଛୁଆଙ୍କୁ ଧରି ଭୋକ ଉପାସରେ ଜୀବନ କାଟୁଛନ୍ତି । ବାତ୍ୟାର 7 ଦିନ ପରେ ମଧ୍ୟ ମିଳିନି ରିଲିଫ। ଫଳରେ ଏଥିରେ ଉତ୍ତେଜିତ ହୋଇ ପୁରୀର ବିଭିନ୍ନ ଅଞ୍ଚଳର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବିନା ଖାଦ୍ୟ, ପାଣିରେ କିପରି ବଞ୍ଚିବୁ ପ୍ରଶ୍ନ କରି ପ୍ରଶାସନ ବିରୋଧରେ ଦେଇଛନ୍ତି ନାରାବାଜି ।
ଦୁଃଖ ଦରିଆରେ ପୁରୀବାସୀ, ଫନି ପରେ ପର କଲା ପ୍ରଶାସନ - relief
ବାତ୍ୟାର 7 ଦିନ ପରେ ମଧ୍ୟ ମିଳିନି ରିଲିଫ। ଏଥିରେ ଉତ୍ତେଜିତ ହୋଇ ପୁରୀର ବିଭିନ୍ନ ଅଞ୍ଚଳର ଲୋକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।
ଫନି ବିଭୀଷିକା ପରେ ଜିଲ୍ଲାରେ ଦୁଃସ୍ଥିତି ଏବଂ ଦୁର୍ଦ୍ଦଶାର ଚାଲିଛି ରାଜୁତି । ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲା ଲୋକଙ୍କ ଅବସ୍ଥା ନ କହିବା ଭଲ । ଯଦିଓ କିଛି ଅଞ୍ଚଳରେ ପ୍ରଶାସନ ସହାୟତା ଯୋଗାଇଛି, ହେଲେ ଏବେ ବି ବହୁ ସ୍ଥାନ ରହିଛି ଯେଉଁଠିକୁ ନେତା କି ପ୍ରଶାସନ କାହାର ପାଦ ପଡିନି । କିଟିକିଟି ଅନ୍ଧାରରେ ଖରା-ବର୍ଷା ସହି ରାସ୍ତା ଉପରେ ଦିନ କାଟୁଛନ୍ତି ଶହ ଶହ ବିପନ୍ନ । ଆଶା ଶୂନ୍ୟ ହୋଇ ଜିଲ୍ଲାପାଳଙ୍କ ଅଫିସରେ ଆସି କରିଛନ୍ତି ଗୁହାରୀ । ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ