ଓଡିଶା

odisha

ETV Bharat / state

'ଫନି ଫଣାରେ ସବୁ ଯାଇଛି, ସରକାର ଚାହିଁଲେ ପୁଣି ଚମକିବ'

ବାତ୍ୟା ଫନି ପୁରୀ ସହରର ରୂପ ବିଗାଡି ଦେଇଛି । ସବୁ ଭାଙ୍ଗି ରୁଜି ମାଟିରେ ମିଶାଇ ଦେଇଛି। ପୁରୀର ବିଳାସମୟ ହୋଟେଲ ଗୁଡିକ ମଧ୍ୟ ଫନି ଦାଉରୁ ରକ୍ଷା ପାଇନି।

By

Published : May 10, 2019, 11:38 PM IST

Updated : May 14, 2019, 12:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ବାତ୍ୟା ଫନି ପୁରୀ ସହରକୁ ଧ୍ୱସ୍ତ ବିଧ୍ଵସ୍ତ କରିଦେଇଛି। ସବୁ ଭାଙ୍ଗି ରୁଜି ମାଟିରେ ମିଶାଇ ଦେଇଛି। ପୁରୀ ସମୁଦ୍ର କୂଳ ବିଳାସମୟ ହୋଟେଲ ଗୁଡିକ ମଧ୍ୟ ଫନି ଦାଉରୁ ରକ୍ଷା ପାଇନି। ହୋଟେଲ ଗୁଡିକର ବ୍ୟାପକ କ୍ଷତି ହୋଇଛି। ଫଳରେ ହୋଟେଲ ମାଲିକ ଏବେ ଚିନ୍ତାରେ ଥିବା ବେଳେ ଏହାର ପ୍ରଭାବ ପୁରୀ ତଥା ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ ପଡିବ । ତେବେ ସରକାର ଏହି ଦୁର୍ଦ୍ଦଶାରେ ହୋଟେଲ ମାଲିକଙ୍କୁ ସାହାଯ୍ୟର ହାତ ନ ବଢାଇଲେ ହୋଟେଲ ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡି ପଡିବ ବୋଲି ହୋଟେଲ ମାଲିକ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେପଟେ ଆଗକୁ ରଥଯାତ୍ରା ଥିବାରୁ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ତେଣୁ ସରକାରୀ ସହାୟତା ମିଳିଲେ ହୋଟେଲ ମରାମତି ହୋଇପାରିବ । ସେପଟେ ଯାତ୍ରା ସମୟରେ ଟ୍ୟୁରିଷ୍ଟକୁ ସମସ୍ତ ସୁବିଧା ସୁଯୋଗ ନ ଯୋଗାଇଲେ ପୁରୀକୁ ଅତିଥି ଆସିବେ ନାହିଁ । ଫଳରେ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ ଏହା ଗଭୀର କ୍ଷତି ପହଞ୍ଚାଇବ । ସମୁଦ୍ର କୂଳରେ 50ରୁ ଅଧିକ ତାରକା ହୋଟେଲକୁ ମିଶାଇ 6 ଶହ ହୋଟେଲ ରହିଛି। ଆଉ ଫନିର ତାଣ୍ଡବରେ ପ୍ରାୟ ସମସ୍ତ ହୋଟେଲ ହୋଇଛି କ୍ଷତିଗ୍ରସ୍ତ । ଅନ୍ୟପଟେ କ୍ଷୟକ୍ଷତି ଆକଳନ କରାଯାଉଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ବାତ୍ୟା ଫନି ଯୋଗୁ ପୁରୀ ହୋଟେଲ ଶିଳ୍ପ ବ୍ୟାପକ କ୍ଷତି ଗ୍ରସ୍ତ ହୋଇଛି। ରାଜ୍ୟର ପର୍ଯ୍ୟଟନ ଶିଳ୍ପ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରିବା ଆବଶ୍ୟକତା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 14, 2019, 12:29 PM IST

ABOUT THE AUTHOR

...view details