ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦକୁ ଆମିକସ୍‌କ୍ୟୁରିଙ୍କ ପ୍ରଶଂସା - ପୁରୀ ଉଚ୍ଛେଦକୁ ସମର୍ଥନ

ପୁରୀ ଉଚ୍ଛେଦ ନେଇ ଆମିକସ କ୍ୟୁରି, ସଲିସିଟର ଜେନେରାଲଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ମୁଖ୍ୟ ପ୍ରଶାସକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ଶ୍ରୀମନ୍ଦିର ସଂସ୍କାର ଓ ସୁରକ୍ଷା ନେଇ ଆଲୋଚନା ହୋଇଥିଲା ।

ଡିଜାଇନ ଫଟୋ

By

Published : Sep 7, 2019, 12:49 PM IST

ପୁରୀ: ଆମିକସ୍‌ କ୍ୟୁରିଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ସଂସ୍କାରରେ ପ୍ରଶାସନ ଭୂମିକା ଓ ଶ୍ରୀମନ୍ଦିର ପରିସରରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି ।

ପୁରୀକୁ ବିଶ୍ବ ଐତିହ୍ୟ ସ୍ଥଳୀରେ ପରିଣତ କରିବା ପାଇଁ ସରକାରଙ୍କ କାର୍ଯ୍ୟକୁ ସ୍ବାଗତ କରିଛନ୍ତି ଆମିକସ୍‌କ୍ୟୁରି । ଶ୍ରୀମନ୍ଦିର ନିକଟରେ ଉଚ୍ଛେଦ ପ୍ରକ୍ରିୟା କୌଣସି ଜୋରଜବରଦସ୍ତି ନୁହେଁ ବରଂ ସମସ୍ତଙ୍କ ସହମତିରେ ଚାଲିଛି । ପୁରୀର ବିକାଶ ପାଇଁ ଉଚ୍ଛେଦ ନିଷ୍ପତ୍ତିକୁ ସଠିକ୍ ବୋଲି କହିଛନ୍ତି ଆମିକସକ୍ୟୁରି । ଏହାସହ ସରକାର କରିଥିବା ବ୍ଲୁପ୍ରିଣ୍ଟକୁ ଦେଖିବା ସହ ଏହାକୁ ପ୍ରଶଂସା ମଧ୍ୟ କରିଥିଲେ ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବୈଠକ ପରେ ଆମିକସ କ୍ୟୁରିଙ୍କୁ ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ଭେଟି ଶ୍ରୀମନ୍ଦିର ସୁରକ୍ଷା ଓ ସଂସ୍କାର ପ୍ରସଙ୍ଗରେ ଦାବି ପତ୍ର ଦେଇଥିଲେ । ଉଚ୍ଛେଦ ଯୋଗୁଁ ବିସ୍ଥାପିତ ହେଉଥିବା ଲୋକଙ୍କୁ ଥଇଥାନ କରିବାକୁ ସେମାନେ ଦାବି କରିଥିଲେ । ତେବେ ଉକ୍ତ ବୈଠକରେ ମୁଖ୍ୟ ପ୍ରଶାସକଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details