ଓଡିଶା

odisha

ETV Bharat / state

ପୁରୀ ସମୁଦ୍ରକୂଳରେ ଜବରଦଖଲ ଉଚ୍ଛେଦ ପ୍ରକିୟା ଜାରି - ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ

ପୁରୀ  ସମୁଦ୍ରକୂଳ ଅଞ୍ଚଳରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ । ଲାଇଟ ହାଉସ ନିକଟରେ ଥିବା ଯାତ୍ରୀକା ନାମକ ଏକ ହୋଟେଲକୁ ପ୍ରଶାସନ ଉଚ୍ଛେଦ କରି ଉକ୍ତ ଜାଗାରେ ଅତ୍ୟାଧୁନିକ ପାର୍କିଂ ପ୍ଲେସ କରିବାର ଯୋଜନା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 24, 2019, 3:02 PM IST

Updated : Aug 24, 2019, 9:37 PM IST

ପୁରୀ: ଜଗନ୍ନାଥ ଧାମକୁ ଐତିହ୍ୟ ସହର ଭାବେ ଗଢି ତୋଳିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସମୁଦ୍ରକୂଳ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରିଛି ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଲାଇଟ ହାଉସ ନିକଟରେ ଥିବା ଯାତ୍ରୀକା ନାମକ ଏକ ହୋଟେଲକୁ ପ୍ରଶାସନ ଉଚ୍ଛେଦ କରି ଉକ୍ତ ଜାଗା ନିଜ ଅକ୍ତିଆରକୁ ଆଣିଛି । ସେଠାରେ ଅତ୍ୟାଧୁନିକ ପାର୍କିଂ ପ୍ଲେସ କରିବାର ଯୋଜନା ରହିଛି । ଏହାଦ୍ବାରା ପର୍ଯ୍ୟଟକମାନେ ଗାଡି ପାର୍କିଂ କରିବେ । ଏହାଦ୍ବାରା ସମୁଦ୍ରକୂଳ ରାସ୍ତା ଟ୍ରାଫିକ ସମସ୍ୟାରୁ ମୁକୁଳି ପାରିବ।

ଅନ୍ୟପଟେ ପୁରୀ ଜିଲ୍ଲାପାଳଙ୍କ ଅଫିସ ସମେତ ସମସ୍ତ ସରକାରୀ ଅଫିସକୁ ଗୋଟିଏ ବିଲ୍ଡିଂ ରେ ରଖିବାକୁ ସରକାର ଯୋଜନା କରିଛନ୍ତି । ସେହି ବିଲ୍ଡିଂର ନାଁ ଲୋକ ସେବା ଭବନ ରହିବ । ପୁରୀ ସମୁଦ୍ର କୂଳ ମଙ୍ଗଳା ମୁହାଁଣ ନିକଟରେ 56 ଏକ ଜମିରେ ଏହି କାର୍ଯ୍ୟ ହେବ। ଏଥିପାଇଁ ଜାଗା ଚିହ୍ନଟ ସହ ଜବର ଦଖଲ ମଧ୍ୟ ଉଚ୍ଛେଦ ହୋଇଛି । ତେବେ ପୁରୀର ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ ଏହି ଉଚ୍ଛେଦ ସମୟରେ ଉପସ୍ଥିତ ଥିଲେ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 24, 2019, 9:37 PM IST

ABOUT THE AUTHOR

...view details