ଓଡିଶା

odisha

ETV Bharat / state

ବ୍ରହ୍ମଗିରି ରେଞ୍ଜରେ ପଶିଲା ହାତୀ; ଖାଇଲା ଧାନ, ଉଜାଡିଲା ଫସଲ

ବ୍ରହ୍ମଗିରି ରେଞ୍ଜ ଅଧିନ ତାଳମାଳ ଗ୍ରାମ ଟିକଟ ଧାନ ବିଲରେ ହାତୀ ପଶି ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

By

Published : Apr 14, 2021, 12:09 PM IST

ବ୍ରହ୍ମଗିରି ରେଞ୍ଜରେ ପଶିଲା ହାତୀ
ବ୍ରହ୍ମଗିରି ରେଞ୍ଜରେ ପଶିଲା ହାତୀ

ବ୍ରହ୍ମଗିରି: ବିଲରେ ହାତୀ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ । ବ୍ରହ୍ମଗିରି ରେଞ୍ଜ ଅଧିନ ତାଳମାଳ ଗ୍ରାମ ଟିକଟ ଧାନ ବିଲରେ ହାତୀ ପଶି ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଏବେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ବ୍ରହ୍ମଗିରି ରେଞ୍ଜରେ ପଶିଲା ହାତୀ

ସୂଚନା ଅନୁସାରେ, ଗତକାଲି(ମଙ୍ଗଳବାର) ରାତିରୁ ତାଳମାଳ ଗ୍ରାମ ନିକଟ ଧାନ ବିଲରେ ଏକ ଜଙ୍ଗଲୀ ହାତୀ ପଶି ଫସଲ ଖାଇବା ସହ ଦଳି ଚକଡି ଫସଲ ନଷ୍ଟ କରିଛି। ଏହାକୁ ନେଇ ଖବର ଦେବା ପରେ ଘଟଣାସ୍ଥଳରେ ବ୍ରହ୍ମଗିରି ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି ।

ପରେ ବନକର୍ମଚାରୀ ଗାଁ ଲୋକଙ୍କ ସହାୟତାରେ ହାତୀ ଘଉଡାଇବା କାର୍ଯ୍ୟ ଜାରି ରହିଛି। ହାତୀଟି କିପରି ପୁଣିଥରେ ଗ୍ରାମ ମଧ୍ୟକୁ ପ୍ରବେଶ ନକରେ, ସେଥିପାଇଁ ଗ୍ରାମ ଲୋକେ ଜଗି ରହିଛନ୍ତି। ଅନ୍ୟପଟେ ନିଜ କଷ୍ଟ ଅର୍ଜିତ ଫସଲ ନଷ୍ଟ ହେଉଥିବା ଦେଖି ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଛି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details