ଓଡିଶା

odisha

ETV Bharat / state

ପିପିଲି ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଅଭିଯୋଗ

ପିପିଲିରେ ନିର୍ବାଚନୀ ହିଂସା, ଜଣେ ମୃତ
ପିପିଲିରେ ନିର୍ବାଚନୀ ହିଂସା, ଜଣେ ମୃତ

By

Published : Apr 14, 2021, 3:10 PM IST

Updated : Apr 14, 2021, 7:13 PM IST

15:06 April 14

ପିପିଲି ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଅଭିଯୋଗ

ବିଜେପି କର୍ମୀଙ୍କ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଅଭିଯୋଗ

ପୁରୀ:ପିପିଲି ଉପନିର୍ବାଚନ ପୂର୍ବରୁ ହିଂସାରେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ 11 ତାରିଖରେ ହୋଇଥିବା ଏକ ଆକ୍ରମଣ ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକଙ୍କ ନାଁ ପାଣ୍ଡବ ବେହେରା ଓ ଡେଲାଙ୍ଗର ଜେନାପୁରର ବାସିନ୍ଦା ବୋଲି ଜଣାପଡିଛି ।ତାଙ୍କୁ ଦୁଇ ବିଜେପି କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ଡେଲାଙ୍ଗରେ ଗତ 11 ତାରିଖରେ ଡେଲାଙ୍ଗର ଜେନାପୁରର ବାସିନ୍ଦା ପାଣ୍ଡବ ଘର ବାହାରୁ ଥିବାବେଳେ କିଛି ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଦୁଇ ବିଜେପି କର୍ମୀ ନାରଣ ଷଡଙ୍ଗୀ ଓ ପେଜ ଷଡଙ୍ଗୀ ତାଙ୍କୁ ପ୍ରଥମେ 5 ହଜାର ଟଙ୍କା ଦେଇଥିବାବେଳେ ପରବର୍ତ୍ତୀ ସମୟରେ ପାଣ୍ଡବ ଉକ୍ତ ଟଙ୍କା ଫେରାଇ ଦେଇଥିଲେ । ପାଣ୍ଡବ କୌଣସି କାମରେ ଘରୁ ବାହାରୁଥିବା ବେଳେ ବାହାରୁଥିବା ବେଳେ ଉକ୍ତ ଘଟଣାକୁ ନେଇ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଦୁଇ ଅଭିଯୁକ୍ତ ବିଜେପି କର୍ମୀ ତାଙ୍କୁ  କାଠ ଫାଳିଆରେ ନିସ୍ତୁକ ପିଟିବା ସହ ଘଟଣାସ୍ଥଳରେ ଅଚେତ ଅବସ୍ଥାରେ ଛାଡି ଦେଇ ପଳାଇଥିବା କହିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଆକ୍ରମଣରେ ଗୁୁରୁତର ପାଣ୍ଡବଙ୍କୁ ପ୍ରଥମେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ଓ ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିଲା । ତେବେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ମିଳିବା ପରେ ସ୍ଥନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏହାକୁ ନିର୍ବାଚନ ହିଂସା କୁହାଯାଉ ଥିବାବେଳେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ  

Last Updated : Apr 14, 2021, 7:13 PM IST

ABOUT THE AUTHOR

...view details