ପୁରୀ:ପର୍ଯ୍ୟଟକ ପାଇଁ ଖୁସି ଖବର । କୋଣାର୍କରେ ଉଦଘାଟିତ ହେଲା ଇକୋ ରିଟ୍ରିଟ 2023 । ଭିସି ମାଧ୍ୟମରେ ଇକୋ ରିଟ୍ରିଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ୯୦ଦିନ ପର୍ଯ୍ୟନ୍ତ କୋଣାର୍କରେ ଇକୋ ରିଟ୍ରିଟ ଅନୁଷ୍ଠିତ ହେବ । ଉଦଘାଟନ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ପାତ୍ର, କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, କୋଣାର୍କ ଏନଏଏସି ଅଧ୍ୟକ୍ଷା ସଂଗୀତା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଚଳିତ ବର୍ଷ କୋଣାର୍କ ମହୋତ୍ସବ, ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସହିତ ଏହି ଇକୋ ରିଟ୍ରିଟ ଉଦଘାଟନ ହୋଇଥିବାରୁ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ୭୦ ଗୋଟି ତମ୍ବୁ ଘରେ ବେଳା ଭୂମିରେ ପଞ୍ଚ ତାରକା ହୋଟେଲ ସୁବିଧା ପାଇବେ ପର୍ଯ୍ୟଟକ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଜଳକ୍ରୀଡ଼ା, ବିଚ ସାକ, ପାରାସେଲିଂ, ସାଇକେଲିଂ, ଭଲିବଲ ଭଳି ସୁବିଧା ଯୋଗାଇ ଦିଆଯିବ । ପ୍ରଥମ ଦିନରେ ୨୫ରୁ ଅଧିକ ବୁକିଂ ହୋଇଥିବା ସୂଚନା ମିଳିଛି । ଆଜି ଏକ ସାଙ୍ଗରେ ୩ଟି ସ୍ଥାନରେ ଇକୋ ରିଟ୍ରିଟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ.....‘ଦ ମ୍ୟାଜିକ ମନ୍ତ୍ର ଅଫ ଫାଇଭ ଟି: ଏ ଟେଲ ଅଫ ଟ୍ରାନ୍ସଫର୍ମିଂ ନବରଙ୍ଗପୁର’ ବହି ଉନ୍ମୋଚିତ