ଓଡିଶା

odisha

ETV Bharat / state

ପୁରୀ ସହର ଦୋକାନୀଙ୍କ ପାଇଁ 2ଟି ଡଷ୍ଟବିନ ବାଧ୍ୟତାମୂଳକ - ବାଧ୍ୟତାମୂଳକ

ପୁରୀ ସହରରେ ଥିବା ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ନିଜ ଦୋକାନ ସାମ୍ନାରେ ଡଷ୍ଟବିନ ରଖିବାକୁ ବାଧ୍ୟତାମୂଳକ ନିୟମ କରିଛି ପୁରୀ ପୌରପାଳିକା ।

Dustbins are mandatory
2ଟି ଡ଼ଷ୍ଟବିନ ବାଧ୍ୟତାମୂଳକ

By

Published : Dec 25, 2020, 4:04 PM IST

ପୁରୀ: ଏଣିକି ପୁରୀ ପୁରୀ ସହରରେ ବାଧ୍ୟତାମୂଳକ ହେବ ଡ଼ଷ୍ଟବିନ ବ୍ୟବହାର । ପୁରୀ ସହରରେ ଥିବା ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ନିଜ ଦୋକାନ ସାମ୍ନାରେ ଡଷ୍ଟବିନ ରଖିବାକୁ ବାଧ୍ୟତାମୂଳକ ନିୟମ କରିଛି ପୁରୀ ପୌରପାଳିକା ।

2ଟି ଡ଼ଷ୍ଟବିନ ବାଧ୍ୟତାମୂଳକ

ପ୍ରତେକ ଦୋକାନୀ ନିଜ ଦୋକାନ ଆଗରେ ଏଣିକି ଦୁଇଟି ଡ଼ଷ୍ଟବିନ ରଖିବେ । ଗୋଟିଏ ଡ଼ଷ୍ଟବିନରେ ଶୁଖିଲା ଅଳିଆ ଓ ଅନ୍ୟ ଡ଼ଷ୍ଟବିନରେ ଓଦା ଅଳିଆ ପକାଇବା ପାଇଁ ରଖିବେ । ସେହିପରି ଦୋକାନକୁ ଅସୁଥିବା ଗ୍ରାହକଙ୍କୁ ମଧ୍ୟ ଡ଼ଷ୍ଟବିନ ବ୍ୟବହାର ପାଇଁ ଦୋକାନୀ ସଚେତନ କରାଇବେ ।

ଅସନ୍ତା ଜାନୁଆରୀ 2 ତାରିଖରୁ ଏହି ନିୟମ କଡାକଡି ହେବ । ପୌରପାଳିକା ପକ୍ଷରୁ ଏହା ଯାଞ୍ଚ ନେଇ ସ୍ବତନ୍ତ୍ର ଟିମ ଭ୍ରମଣ କରିବେ। ନିୟମ ଉଲ୍ଲଘଂନ କଲେ ଜୋରିମାନା କରାଯିବ ।

ତେବେ ପୁରୀ ସହରକୁ ସ୍ବଚ୍ଛସୁନ୍ଦର କରିବା ପାଇଁ ପୁରୀ ସହରବାସୀ ଆଜି ପର୍ଯ୍ୟନ୍ତ ସହଯୋଗ କରିଛନ୍ତି । ଏଣୁ ଏହି ନୂଆ କାର୍ଯ୍ୟକ୍ରମରେ ପୁରୀ ସହରବାସୀ ସହଯୋଗ କରିବାକୁ ପୁରୀ ପୌରନିର୍ବାହି ଅଧିକାରୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details