ଓଡିଶା

odisha

ETV Bharat / state

କେବେ ଘେରିମୁକ୍ତ ହେବ ଚିଲିକା ?

ଜିଲ୍ଲା ପ୍ରଶାସନ ଓ ଘେରି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚିଲିକା ଘେରି ମୁକ୍ତ ହୋଇପାରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

By

Published : Sep 26, 2021, 1:25 PM IST

କେବେ ଘେରିମୁକ୍ତ ହେବ ଚିଲିକା ?
କେବେ ଘେରିମୁକ୍ତ ହେବ ଚିଲିକା ?

ବ୍ରହ୍ମଗିରି: ଚିଲିକାକୁ ଘେରିମୁକ୍ତ କରିବା ପାଇଁ ହାଇକୋର୍ଟ ରାୟ ଶୁଣାଇଥିଲେ । ହେଲେ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ମଧ୍ୟ ଘେରିମୁକ୍ତ ହୋଇପାରିନି ଚିଲିକା । ଫଳରେ ଏହାର ସୁଯୋଗ ନେଇ ଘେରିରୁ ଲକ୍ଷ ଲକ୍ଷ ଟଙ୍କାର ଚିଙ୍ଗୁଡି ମାଛ ଧରିବାରେ ବ୍ୟସ୍ତ ଘୋରୀ ମାଲିକ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସୁନାମୁହିଁ ରାଜସ୍ୱ ଅଧୀନ 1000 ଏକର ବିଶିଷ୍ଠ କଣ୍ଟେଇ ଜାଣର ମାଟି ଘୋରିକୁ ୧୦୦ଟି ଡିନାମାଇଟ ଲଗାଇ ଉଡାଇବା ପାଇଁ 4ଦିନ ତଳୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହେଲେ ଆଜି କାଲି କହି ଦିନ ଗଡାଇ ଚାଲିଛି ପ୍ରଶାସନ ।

କେବେ ଘେରିମୁକ୍ତ ହେବ ଚିଲିକା ?

ଗତକାଲି ଡିନାମାଇଟ ଲଗାଇ ଘେରି ଗୁଡିକୁ ନଷ୍ଟ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ, ଏସଡିପିଓ ଓ ବ୍ରହ୍ମଗିରି ପୋଲିସ ପ୍ରଶାସନ । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥିପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲା ।

ଛତିଶଗଡରୁ ଡିନାମାଇଟ ପ୍ରଶିକ୍ଷଣ ଦଳ ପ୍ରସ୍ତୁତ ହୋଇ ସ୍ୱତନ୍ତ୍ର ମେସିନ ସାହାଯ୍ୟରେ ୨୦ ଫୁଟ ର ୧୦୦ ଟି ଗର୍ତ ସରିଥିଲା। କିନ୍ତୁ ବାରୁଦ ଗାଡି ସନ୍ଧ୍ୟା ସମୟରେ ପହଞ୍ଚିବାରୁ ଏହାକୁ ଆଳ କରି ବିଭିନ୍ନ କାରଣ ଦର୍ଶାଇ ଏହି କାର୍ଯ୍ୟକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଜଣାଇଥିଲେ । ତେବେ ଘେରି ମାଲିକ ଓ ପ୍ରଶାସନ ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ଏହି କାମକୁ ସ୍ଥଗିତ ରଖାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏପଟେ ଦିନ ଗଡୁଥିବା ବେଳେ ଏହାର ସୁଯୋଗ ନେଇ ଘେରି ମାଲିକ ଲକ୍ଷ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ମାଛ ଧରି ନେଉଥିବା ଲୋକେ କହିଛନ୍ତି । ଚାରି ଦିନ ଧରି ପ୍ରଶାସନ ଅଧିକାରୀ ଶହଶହ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟ ସ୍ଥଗିତ ରହିବାରୁ ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖାଲି ଦେଖିବାକୁ ବାକି ରହିଲା କେବେ ଘେରି ମୁକ୍ତ ହେଉଛି ଚିଲିକା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details