ପୁରୀ:ଶ୍ରୀମନ୍ଦିରକୁ ଆସିଥିବା ଭକ୍ତମାନଙ୍କୁ ପୋଷାକ ଶାଳୀନତା ଉପରେ ସଚେତନତା ଜାରି ରଖିଛନ୍ତି ସେବାୟତ। ହାଫ ପ୍ୟାଣ୍ଟ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଯାଉଥିବା ଭକ୍ତଙ୍କୁ ଅଟକାଇ ଧୋତି ପିନ୍ଧାଇ ଶ୍ରୀମନ୍ଦିରକୁ ଛାଡୁଛନ୍ତି ସେବାୟତ । ଯାହାକୁ ସ୍ଵାଗତ କରାଯାଉଛି । ଜଣେ ଯୁବକ ହାଫ୍ ପ୍ୟାଣ୍ଟ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ସେଠାରେ ଉପସ୍ଥିତ ଜଗନ୍ନାଥ ମନ୍ଦିର ପୋଲିସ, ସେବାୟତ ଅଟକାଇ ଥିଲେ । ପରେ ଦୁଇଟି ଧୋତି ଅଣାଯାଇ ସେବାୟତ ମାନେ ଉକ୍ତ ଯୁବକଙ୍କୁ ପିନ୍ଧାଇ ଥିଲେ । ତେବେ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଶାଳୀନତା ପୂର୍ବକ ଡ୍ରେସ ପିନ୍ଧି ଆସିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ଆସନ୍ତା ଜାନୁଆରୀ ୧ ତାରିଖରୁ ଏହି ନିୟମ ମନ୍ଦିରରେ ଲାଗୁ ହେବ । ହେଲେ ତାହା ପୂର୍ବରୁ ଭକ୍ତମାନଙ୍କୁ ସଚେତନ କରାଇବା ପାଇଁ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରରେ ମୁତୟନ ଜେଟିପି ସଚେତନ କରୁଛନ୍ତି । ମହିଳାମାନେ ସାଲୁଆର, ଶାଢୀ ଦେହ ସମ୍ପୂର୍ଣ୍ଣ ଘୋଡାଇ ହେବା ଭଳି ଡ୍ରେସ ପିନ୍ଧିବାକୁ ନିୟମ ହୋଇଛି । ସେହିପରି ପୁରୁଷ ମାନେ ଫୁଲ ପ୍ୟାଣ୍ଟ, ସାର୍ଟ, ପଞ୍ଜାବୀ, ଅଥବା ପାରମ୍ପରିକ ଡ୍ରେସ ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରିବେ ।
ଏହା ମଧ୍ୟ ପଢନ୍ତୁ...Raghubar Das Visits Puri: ମହାପ୍ରଭୁଙ୍କ ଶରଣରେ ନୂଆ ରାଜ୍ୟପାଳ, ରାଜ୍ୟବାସୀଙ୍କ ଉନ୍ନତି ପାଇଁ କଲେ କାମନା