ଓଡିଶା

odisha

ETV Bharat / state

ଚିଲିକାରେ ଡ଼ଲଫିନ ଗଣନା ଶେଷ, ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା

ଚଳିତ ବର୍ଷ ଚିଲିକାରେ ଡ଼ଲଫିନ ଗଣନା କାର୍ଯ୍ୟ ଶେଷ ହୋଇଛି । ଜିପିଆରଏସ, ବାଇନକୁଲାର, ରେଞ୍ଜ ଫାଇଣ୍ଡର ଓ ଡାଟା ରିଡିଙ୍ଗ ସେଟ ସାହାଯ୍ୟରେ ଟ୍ରାଜଙ୍କଟ ପଦ୍ଧତିରେ କରାଯାଇଛି ଗଣନା । ଅଧିକ ପଢନ୍ତୁ...

By

Published : Jan 17, 2021, 7:24 PM IST

Updated : Jan 17, 2021, 7:40 PM IST

ଚିଲିକାରେ ଡ଼ଲଫିନ ଗଣନା ଶେଷ, ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା
ଚିଲିକାରେ ଡ଼ଲଫିନ ଗଣନା ଶେଷ, ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା

ବ୍ରହ୍ମଗିରି: ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ ଡ଼ଲଫିନ ଗଣନା କାର୍ଯ୍ୟ ଶେଷ ହୋଇଛି । ଏହି କାର୍ଯ୍ୟରେ 3ଟି ସେକ୍ଟରକୁ 18ଟି ଟିମରେ 109 ଜଣ କର୍ମୀ ନିୟୋଜିତ ହୋଇଥିଲେ । ଗତବର୍ଷ 156ଟି ଡଲଫିନ ଥିବାବେଳେ ଚଳିତ ବର୍ଷ କୁହୁଡି ହେତୁ ଗଣନା କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି । ଦୁଇ ଦିନ ତଳେ ସିଡିଏ ଜୈବ ବିବିଧତା ପରୀକ୍ଷଣବେଳେ 156ଟି ଡଲଫିନ ଥିବା ରିପୋର୍ଟ ପ୍ରକାଶ କରିଛି । ଅନ୍ୟପଟେ ଆଜି ବନ ବିଭାଗ ଦ୍ବାରା ଡଲଫିନ ଗଣନା ଶେଷ କରାଯାଇଥିବାବେଳେ ଏହାର ଫଳାଫଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଚିଲିକାରେ ଡ଼ଲଫିନ ଗଣନା ଶେଷ, ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା

ସୂଚନାଯୋଗ୍ୟ, ସାତପଡା ରେଞ୍ଜରୁ 8ଟି ଓ ବରକୁଳ ରେଞ୍ଜରୁ 10ଟି ଟିମ ଚିଲିକା ମଧ୍ୟକୁ ଗଣନା ପାଇଁ ଯାଇଥିଲେ । ଜିପିଆରଏସ, ବାଇନକୁଲାର, ରେଞ୍ଜ ଫାଇଣ୍ଡର ଓ ଡାଟା ରିଡିଙ୍ଗ ସେଟ ସାହାଯ୍ୟରେ ଟ୍ରାଜଙ୍କଟ ପଦ୍ଧତିରେ ଗଣନା କରାଯାଇଛି ।

ବ୍ରହ୍ମଗିରିରୁ ଦେବଶିଷ ଦାସ, ଇଟିଭି ଭାରତ

Last Updated : Jan 17, 2021, 7:40 PM IST

ABOUT THE AUTHOR

...view details