ବ୍ରହ୍ମଗିରି: ଆସନ୍ତାକାଲି ହେବ ଚିଲିକାରେ ଡଲଫିନ ଗଣନା । ବାଲୁଗାଁ ରେଞ୍ଜ ରୁ ୧୦ ଟି ଦଳ ଏବଂ ସାତପଡ଼ା ରେଞ୍ଜ ରୁ ୮ ଟି ଦଳ ମୋଟ ୧୮ ଦଳ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହେବେ । ଏ ନେଇ ରେଞ୍ଜ ପକ୍ଷରୁ ସାତପଡ଼ା ସ୍ଥିତ ସି ଡି ଏ କାର୍ଯ୍ୟାଳୟରେ DFO Dr Ramaswami P Chilika Wild Life ଙ୍କ ତତ୍ତ୍ବାବଧାନରେ ଆଜି ସନ୍ଧ୍ୟାରେ ସାତପଡା ସିଡିଏ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
କାଲିଠୁ ଚିଲିକାରେ ଡଲଫିନ ଗଣନା - ଚିଲିକାରେ ଡଲଫିନ ଗଣନା
କାଲିଠାରୁ ଆରମ୍ଭ ହେବ ଡଲଫିନ୍ ଗଣତି । ବାଲୁଗାଁ ରେଞ୍ଜ ରୁ ୧୦ ଟି ଦଳ ଏବଂ ସାତପଡ଼ା ରେଞ୍ଜ ରୁ ୮ ଟି ଦଳ ମୋଟ ୧୮ ଦଳ ଏହି ଗଣନା କାର୍ଯ୍ୟରେ ହେବେ ନିୟୋଜିତ । ଅଧିକ ପଢନ୍ତୁ
Dolphin count
ଏନେଇ ବନ ବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡଲଫିନ ଗବେଷକ, ପରିବେଶବିତ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ, ଡଙ୍ଗା ଚାଳକ ସଂଘ ଏବଂ ସ୍ବେଚ୍ଛାସେବୀ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଆସନ୍ତାକାଲି ସକାଳ 5.30 ରୁ ଗଣନାକାରୀ ଦଳ ଡଙ୍ଗା ମାଧ୍ୟମରେ ଚିଲିକା ମଧ୍ୟକୁ ବାହାରିବେ । ପ୍ରତ୍ୟେକ ଦଳରେ ୫ ରୁ ୬ ଜଣ ଗଣନାକାରୀ ରହିବେ । ଡଲଫିନ ଗଣନା ପାଇଁ ଆସନ୍ତାକାଲି ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଚିଲିକାରେ ଡଙ୍ଗା ଏବଂ ଭେସଲ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବ୍ରହ୍ମଗିରି