ଓଡିଶା

odisha

ETV Bharat / state

ଚିଲିକାରେ ଡଲଫିନ ଗଣନା ଆରମ୍ଭ - Dolphin count

ଚିଲିକାରେ ଆଜି ଠୁ (ରବିବାର) ଆରମ୍ଭ ହେଲା ଡଲଫିନ ଗଣନା। ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ମୋଟ 18ଟି ଟିମ୍ । ଏହି କାର୍ଯ୍ୟ ସକାଳ 6.30 ରୁ ଆରମ୍ଭ ହୋଇ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଚାଲିବ। ଅଧିକ ପଢନ୍ତୁ...

ଚିଲିକାରେ ଡଲଫିନ ଗଣନା ଆରମ୍ଭ
ଚିଲିକାରେ ଡଲଫିନ ଗଣନା ଆରମ୍ଭ

By

Published : Jan 17, 2021, 10:47 AM IST

ବ୍ରହ୍ମଗିରି: ଚିଲିକାରେ ଆଜି ଠୁ (ରବିବାର) ଆରମ୍ଭ ହେଲା ଡଲଫିନ ଗଣନା। ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ମୋଟ 18ଟି ଟିମ୍ । ସାତପଡା ରେଞ୍ଜରେ 8ଟି ଟିମ ଓ ବାଲୁଗାଁ ରେଞ୍ଜରେ 10 ଟି ଟିମ ଡଲଫିନ ଗଣନା ଜାରି ରଖିଛନ୍ତି। ଏହି କାର୍ଯ୍ୟ ସକାଳ 6.30 ରୁ ଆରମ୍ଭ ହୋଇ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଚାଲିବ।

ଚିଲିକାରେ ଡଲଫିନ ଗଣନା ଆରମ୍ଭ

ଏହି କାର୍ଯ୍ୟରେ ସିଡିଏ କର୍ମଚାରୀ, ବନ କର୍ମଚାରୀ, ଓୟୁଟି ଭୁବନେଶ୍ବର ଛାତ୍ର ଏବଂ ସ୍ବେଚ୍ଛାସେବୀ, ପରିବେଶବିତ ମାନେ ସାମିଲ ହୋଇଛନ୍ତି। ଜିପିଏସ, ବାଇନାକୁଲାର, ରେଞ୍ଜ ଫାଇଣ୍ଡର ଦ୍ବାରା ଗଣତି ଚାଲିଛି। ଗତବର୍ଷ ଚିଲିକାରେ 156 ଇରାୱାଡି ଡଲଫିନ ଦେଖିବାକୁ ମିଳିଥିଲା। ଚଳିତବର୍ଷ କେତେ ସଂଖ୍ୟାରେ ଡ଼ଲଫିନ ଚିଲିକାରେ ରହିଛନ୍ତି ଏହା ଗଣନା ପରେ ହିଁ ଜଣାପଡିବ।

ତେବେ ଆଜି(ରବିବାର) ଘନ କୁହୁଡିର ପରିମାଣ ମାତ୍ରାଧିକ ଥିବାରୁ ଡଲଫିନ ଗଣନାରେ ବାଧା ସୃଷ୍ଟି ହେଉଥିବା କହିଛନ୍ତି ଗଣନାକାରୀ ମାନେ। ଗଣନା ସାରି ରିପୋର୍ଟ ବିଭାଗକୁ ଦେଲାପରେ ଚୂଡାନ୍ତ ରିପୋର୍ଟ ଜଣାପଡିବ ବୋଲି କହିଛନ୍ତି ଗଣନାକାରୀ ଦଳ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details