ବ୍ରହ୍ମଗିରି: ଦୀର୍ଘ 14 ମାସ ପରେ ଚାଲିଥିବା ପଞ୍ଚାୟତ ସମିତି ବୈଠକରେ ବିଜେଡି ସଭ୍ୟଙ୍କ ହଟୋଗୋଳ,ଅଧାରୁ ବନ୍ଦ ହେଲା ବୈଠକ । ବ୍ରହ୍ମଗିରି ବ୍ଲକରେ ପଞ୍ଚାୟତ ସମିତି ବୈଠକ ମଙ୍ଗଳ ବାର ଦିନ ଅନୁଷ୍ଠିତ ହୋଇଥିଲା । ବିଧାନସଭା ନିର୍ବାଚନ ପରେ ପ୍ରଥମ ବୈଠକ ହେଉଥିବାରୁ ନୂତନ ଭାବେ ବିଧାୟକ ହୋଇଥିବା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏଥିରେ ଯୋଗ ଦେଇଥିଲେ ।
ବ୍ଲକ ଅଧକ୍ଷାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବହୁଦିନ ପରେ ସଭା ଡକା ଯାଇଥିବାରୁ ବିଜେପି ସଭ୍ୟ ମାନେ ଏତେ ଦିନ ବିଳମ୍ବର କାରଣ ବ୍ଲକ ଅଧକ୍ଷାଙ୍କୁ ପଚାରିଥିଲେ । ଏହି ସମୟରେ ଜିଲ୍ଲାପରିସଦ ସଭ୍ୟ କୈଳାଶ ପରିଡା ବିଧାୟକଙ୍କୁ ପ୍ରଶ୍ନ କରି କହିଥିଲେ କଣ ପାଇଁ ଫୋନି ସହାୟତା ପାଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରାଯାଇଛି ।
ପୁରୀ ବିଧାୟକଙ୍କ ସହ ବ୍ରହ୍ମଗିରି ବିଧାୟକ ମିଶି ଜିଲ୍ଲାପାଳଙ୍କ ନିକଟରେ ଆନ୍ଦୋଳନ କରିବାରୁ ଏହି ଅସୁବିଧା ହୋଇଛି । ଏଥିପାଇଁ ବିଧାୟକଙ୍କୁ ଦାୟୀ କରିଥିଲେ । ଏହାର ଉତ୍ତର ରଖି ବିଧ୍ୟାୟକ ଏହାକୁ ଖଣ୍ଡନ କରିବା ସହ ସେ ଜିଲ୍ଲାପାଳଙ୍କୁ ଭେଟି ସମସ୍ତଙ୍କୁ ଫୋନି ସହାୟତା ଟଙ୍କା ଦିଆଯାଉ ଏଥିରୁ କୌଣସି ହିତାଧିକାରୀ ବଞ୍ଚିତ ନ ହେବା ପାଇଁ କହିଥିଲେ ।
ଆକାଉଣ୍ଟ ବନ୍ଦ ପାଇଁ ସେ ଦେଇ ନୁହନ୍ତି ବୋଲି କହିଥିଲେ । ଦୁହିଁଙ୍କ ମଧ୍ୟରେ ଏପରି କଥା କଟକଟି ସମୟରେ ଉଭୟ ବିଜେପି ଓ ବିଜେଡି ସଭ୍ୟ ମାନେ ମୁହାଁମୁହିଁ ହୋଇଥିଲେ । ତତକ୍ଷାଣତ ବିଜେଡି ସଭ୍ୟ ମାନେ ଗୃହ ତ୍ୟାଗ କରି ବାହାରକୁ ଚାଲିଯାଇଥିଲେ । ଫଳରେ ସଭା ଅଧାରୁ ବନ୍ଦ ହୋଇଥିଲା। ପରେ ଖୁବ ଶୀଘ୍ର ବୈଠକ ଅନୁଷ୍ଠିତ ହେବ ବୋଲି ବିଡ଼ିଓ କହିଛନ୍ତି।
ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ