ଓଡିଶା

odisha

ETV Bharat / state

ବ୍ୟାପିବାରେ ଲାଗିଛି ସଂକ୍ରମଣ ରୋଗ, ଲୋଡା ପ୍ରଶାସନିକ ପଦକ୍ଷେପ

ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବ୍ୟାପିବାରେ ଲାଗିଛି ସଂକ୍ରାମକ ରୋଗ । ସଂକ୍ରମଣ ସ୍ବରୂପ ଚାରିଆଡେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ସ୍ଥାନୀୟ ରେଡକ୍ରସ ରୋଡସ୍ଥିତ ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା 67ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 13, 2019, 10:29 AM IST

ପୁରୀ: ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବ୍ୟାପିବାରେ ଲାଗିଛି ସଂକ୍ରାମକ ରୋଗ । ସଂକ୍ରମଣ ସ୍ବରୂପ ଚାରିଆଡେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ସ୍ଥାନୀୟ ରେଡକ୍ରସ ରୋଡସ୍ଥିତ ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ରରେ ବର୍ତ୍ତମାନ ସୁଦ୍ଧା 67ଜଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି । ଯେଉଁମାନଙ୍କୁ ମଧ୍ୟରୁ ଅଧିକାଂଶ ଦୂଷିତ ପାଣି ଯୋଗୁଁ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏକ ସପ୍ତାହ ଭିତରେ 200ରୁ ଅଧିକ ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯାହାକି ପ୍ରତିଦିନ ବଢିବାରେ ଲାଗୁଥିବା ଅନୁମାନ କରାଯାଉଛି । ମୁଖ୍ୟତଃ ସତ୍ୟବାଦୀ, କଣାସ, ଡେଲାଙ୍ଗ, ନିମାପଡା, ପୁରୀ ସଦର, ବ୍ରହ୍ମଗିରି ଓ ପୁରୀ ସହରର ବିଭିନ୍ନ ସାହି ଓ ବସ୍ତିରୁ ଝାଡାବାନ୍ତି ରୋଗୀଙ୍କ ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଉଛି । ତେବେ ରୋଗୀମାନଙ୍କର ପେଟ ମୋଡିବା ସହ ଲଗାତାର ବାନ୍ତି ହେଉଥିବା ଦେଖାଯାଉଛି ।

ତେଣୁ ବ୍ୟାପୁଥିବା ଝାଡାବାନ୍ତିକୁ ନେଇ ପ୍ରଶାସନ ତ୍ବରିତ ପଦକ୍ଷେପ ନନେଲେ ପରିସ୍ଥିତି ବିଗିଡିବାର ଆଶଙ୍କା ଦେଖାଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details