ଓଡିଶା

odisha

ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି, ଭିତର ଭିଡିଓ ଭାଇରାଲ

By ETV Bharat Odisha Team

Published : Dec 31, 2023, 3:50 PM IST

Sri Mandir Inside Visual Viral: ଶ୍ରୀମନ୍ଦିରରେ ସୁରକ୍ଷାରେ ବଡ଼ ତ୍ରୁଟି । ପୁଣି ଭିତର ଭିଡିଓ ଭାଇରାଲ । ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ଯୁବତୀ । ଅଧିକ ପଢନ୍ତୁ

Sri Mandir inside visual viral
Sri Mandir inside visual viral

ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ଶ୍ରୀମନ୍ଦିର ଭିତର ଭିଡିଓ ହେଲା ଭାଇରାଲ । ଜଣେ ଯୁବତୀ ଶ୍ରୀମନ୍ଦିର ଭିତରେ ଥିବା ନିର୍ମାଲ୍ୟ ଖଳାରେ ଠିଆ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଏହା ଜଣାପଡ଼ିବା ପରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଯୁବତୀ ଜଣକ କିପରି ମନ୍ଦିର ଭିତରକୁ ମୋବାଇଲ ନେଲେ ଓ ପୋଲିସ କିପରି ଜାଣିପାରିଲା ନାହିଁ ସେ ନେଇ ଅନେକ ପ୍ରଶ୍ନ ଉଠିଛି ।

ଭିଡିଓରେ ଥିବା ଯୁବତୀ ଜଣଙ୍କ ନାମ ଦେବଜାନୀ ବୋଲି ଜଣାପଡ଼ିଛି । ଶ୍ରୀମନ୍ଦିରକୁ ମୋବାଇଲ ନେବା କଟକଣା ଥିବା ବେଳେ ଉକ୍ତ ଯୁବତୀ କିଭଳି ମୋବାଇଲ ନେଲେ ସେ ନେଇ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ଚାରି ଦ୍ଵାରରେ ପୋଲିସ ପକ୍ଷରୁ କଡା ଚେକିଂ କରାଯାଇ ମନ୍ଦିର ଭିତରକୁ ଛଡା ଯାଉଥିବା କୁହାଯାଉଥିବା ବେଳେ ଏବେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି । ଏହା ଶ୍ରୀମନ୍ଦିର ସୁରକ୍ଷାରେ ବଡ ତ୍ରୁଟି । ଉକ୍ତ ଭିଡିଓଟି କିଏ କରିଛି, କେଉଁ ସେବାୟତ ଅବା ପୋଲିସ ସହଯୋଗ କରିଛନ୍ତି ସେ ନେଇ ସିସିଟିଭିକୁ ତଦନ୍ତ ପରିସରକୁ ନେଇ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାର ଆବଶ୍ୟକତା ରହିଛି ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ ଘଟଣା: ଯୁବତୀ ଅଟକ, ବାପା-ମା'ଙ୍କୁ ପଚରାଉଚୁରା

ପୂର୍ବରୁ ଶ୍ରୀମନ୍ଦିର ଭିତର ଭିଡିଓ ଅନେକ ସମୟରେ ଭାଇରାଲ ହୋଇଛି । ହେଲେ ପୋଲିସ ପକ୍ଷରୁ ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଶ୍ରୀମନ୍ଦିର ସୁରକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ପୋଲିସ ଡ୍ୟୁଟି ନକରି ରକ୍ଷକ ଭକ୍ଷକ ସାଜିବାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି । ଶ୍ରୀମନ୍ଦିର ଚାରି ଦ୍ବାରରେ ପୋଲିସ ଥିବା ସେଭଳି କିଛି ଅତ୍ୟାଧୁନିକ ମେସିନ ନାହିଁ ଯାଞ୍ଚ ପାଇଁ । ଠିକରେ ମଧ୍ୟ ପୋଲିସମାନେ ଯାଞ୍ଚ କରୁନଥିବା ଅଭିଯୋଗ ହୋଇ ଆସୁଛି । ଶ୍ରୀମନ୍ଦିର ସୁରକ୍ଷାରେ ପୋଲିସର ଅବହେଳାକୁ ସାଧାରଣରେ ସମାଲୋଚନା କରାଯାଇଛି ।

ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଆସୁଥିବାବେଳେ ସୁରକ୍ଷାକୁ ପୋଲିସ ଗୁରୁତ୍ଵ ଦେବାକୁ ଦାବି ହୋଇଛି । ଶ୍ରୀମନ୍ଦିର ନିୟମ ଉଲ୍ଲଙ୍ଘନ କରିଥିବା ଉକ୍ତ ଯୁବତୀ ଓ ତାଙ୍କୁ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି । ପୂର୍ବରୁ ମଧ୍ୟ ଅନେକ ଥର ଭକ୍ତମାନେ ମନ୍ଦିର ଭିତରକୁ ମୋବାଇଲ ନେଇ ଭିଡିଓ ବା ଫଟୋ ଉତ୍ତୋଳନ କରିବାର ନଜିର ରହିଛି । ବାରମ୍ବାର ଏପରି ହେଉଥିଲେ ମଧ୍ୟ ପ୍ରଶାସନର ନିଘା ନାହିଁ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details