ଓଡିଶା

odisha

ETV Bharat / state

ମାଆ ମଙ୍ଗଳାଙ୍କ ଝାମୁ ଯାତ୍ରା, ଜମିଲା ଭକ୍ତଙ୍କ ଭିଡ - ପଣା ସଂକ୍ରାନ୍ତିରେ ବିଭିନ୍ନ ଦେବୀ ପୀଠରେ ଝାମୁଯାତ୍ରା

ପବିତ୍ର ଝାମୁ ଯାତ୍ରାକୁ ନେଇ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ । ହଜାର ହଜାର ଭକ୍ତଙ୍କ ଗହଳିରେ ସୃଷ୍ଟି ହେଇଛି ଆଧ୍ୟାତ୍ମିକ ପରିବେଶ । ଅଧିକ ପଢନ୍ତୁ

jhamu jatra
jhamu jatra

By

Published : Apr 11, 2023, 9:21 PM IST

jhamu jatra

ପୁରୀ: ଆଜି ହେଉଛି ବୈଶାଖ ମାସ ପ୍ରଥମ ମଙ୍ଗଳବାର । ପରମ୍ପରା ଅନୁଯାୟୀ ଆଜିର ଦିନରେ କାକଟପୁର ର ମାଆ ମଙ୍ଗଳାଙ୍କ ଆଜି ଝାମୁ ଯାତ୍ରା। ପବିତ୍ର ଝାମୁ ଯାତ୍ରାକୁ ନେଇ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଚଳଚଞ୍ଚଳ ଓ ଉତ୍ସବ ମୁଖର। ହଜାର ହଜାର ଭକ୍ତଙ୍କ ଗହଳିରେ ସୃଷ୍ଟି ହେଇଛି ଆଧ୍ୟାତ୍ମିକ ପରିବେଶ। ମାଆଙ୍କୁ ଦର୍ଶନ କରି ଭାବ ବିହ୍ୱଳ ଓ ଆନନ୍ଦିତ ହୋଇଛନ୍ତି ଭକ୍ତ ।

ତେବେ ସବୁଆଡେ ପଣା ସଂକ୍ରାନ୍ତିରେ ବିଭିନ୍ନ ଦେବୀ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କାକଟପୁର ମାଆ ମଙ୍ଗଳାଙ୍କ ପୀଠରେ କିନ୍ତୁ ବୈଶାଖ ମାସ ପ୍ରଥମ ମଙ୍ଗଳବାରରେ ଅନୁଷ୍ଠିତ ହେଇଥାଏ ଝାମୁ ଯାତ୍ରା। ରୀତିନୀତି ଅନୁସାରେ ମାଆଙ୍କର ପୂଜା ରୀତିନୀତି ସଂପୂର୍ଣ୍ଣ ହେବା ପରେ ଭକ୍ତ ମାନେ ସକାଳେ ମାାଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ । ଏହାପରେ ମଧ୍ୟାହ୍ନରେ ମାନସିକଧାରୀ ପାଟୁଆମାନେ ମାଆଙ୍କର ଆଜ୍ଞାମାଳ ପାଇବା ପରେ ପ୍ରାଚୀନଦୀରୁ ଘଣ୍ଟତୋଳା ତୁଠରୁ ଜଳତୋଳି ନୃତ୍ୟ ପରିବେଷଣ କରି ମନ୍ଦିର ସମ୍ମୁଖରେ ମାଆଙ୍କ ସମ୍ମୁଖରେ ନିଆଁରେ ଚାଲିଥିଲେ ।

ତେବେ ମାଆଙ୍କ ଉଦ୍ଦେଶ୍ୟରେ ଏହି ନିଆଁ ଗାଢରେ ଚାଲିବା ପାଇଁ ମାନସିକଧାରୀ ମାନେ ଏକମାସ ପୂର୍ବରୁ ନିଷ୍ଠାର ସହିତ ରହି ନିରାମିଷ ଭୋଜନ କରି ଅଲଗା ରହିବାକୁ ପଡିଥାଏ । ଏଠାରେ କୌଣସି କଷ୍ଟ ଅନୁଭବ କରୁ ନାହୁଁ ମାଆଙ୍କର ଅପାର କରୁଣା ଲାଭ କରୁଥାଉ ବୋଲି ମାନସିକଧାରୀ ପଟୁଆ ମାନେ କହିଥାନ୍ତି । ଝଙ୍କଡ ସାରଳାରୁ ପାଟୁଆ ମାନେ ଆସି ଝାମୁ ଯାତ୍ରା ସମାପନ କରିଥାନ୍ତି। ପ୍ରାତଃ ସମୟ ରୁ ପ୍ରଥମେ ମାଆଙ୍କ ଦ୍ଵାର ଫିଟା ନୀତି ପରେ ସୁର୍ଯ୍ୟ ପୂଜା, ଦ୍ଵାର ପାଳ ପୂଜା, ବଲ୍ଲଭ ନୀତି, ସକାଳ ଧୂପ ଅନୁଷ୍ଠିତ ହୋଇ ଥିଲା। ଏହା ପରେ ଭକ୍ତ ମାନେ ମାଆ ମଙ୍ଗଳାଙ୍କ ଦର୍ଶନ ଲାଭ କରିଥିଲେ।

ଏହା ମଧ୍ୟ ପଢନ୍ତୁ- ଛେନାପୋଡ ଦିବସ: ଭାରି ସୁଆଦିଆ ଆମ ଛେନାପୋଡ, ଯିଏ ସ୍ୱାଦ ପାଇଛି ସେ ପୁଣି ଖୋଜିଛି

ଏହା ମଧ୍ୟ ପଢନ୍ତୁ- ବିରୋଧୀଙ୍କୁ ଶାହଙ୍କ ଖୋଲା ଚ୍ୟାଲେଞ୍ଜ, 2024ରେ 300ରୁ ଅଧିକ ଆସନରେ ଜିତିବ ବିଜେପି

ତେବେ କିମ୍ବଦନ୍ତୀ ଅନୁଯାୟୀ ଆଜି ର ଦିନରେ କାକଟପୁରର ମାଆ ମଙ୍ଗଳା ଙ୍କ ଆଜି ଆବିର୍ଭାବ ଦିବସ। ତେବେ ଭକ୍ତ ଙ୍କ ଗହଳି କୁ ଦୃଷ୍ଟିରେ ରଖାଯାଇ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା କରାଯାଇ ଥିଲା। ଏଥିସହ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details