ଓଡିଶା

odisha

ETV Bharat / state

ପାଣି ସନ୍ଧାନରେ ଜନବସତି ମୁହାଁ ହରିଣ, ଉଦ୍ଧାର କଲା ବନବିଭାଗ

ବ୍ରହ୍ମଗିରି ରେଞ୍ଜ ଅଧୀନ ପଲ୍ଲୀ ଗାଁ ନିକଟରୁ ଏକ ହରିଣ ଉଦ୍ଧାର । ହରିଣଟିକୁ ଗ୍ରାମବାସୀ ଉଦ୍ଧାର ବ୍ରହ୍ମଗିରି ବନବିଭାଗକୁ କଲେ ଉଦ୍ଧାର ।

By

Published : Apr 25, 2019, 2:46 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ବ୍ରହ୍ମଗିରି: ବ୍ରହ୍ମଗିରି ରେଞ୍ଜ ଅଧୀନ ପଲ୍ଲୀ ଗାଁ ନିକଟରୁ ଏକ ହରିଣ ଉଦ୍ଧାର । ଗୁରୁବାର ରାତିରେ ଜଙ୍ଗଲରୁ ଗାଁକୁ ପଳାଇ ଆସିଥିବାବେଳେ ଗାଁ ଲୋକେ ତାକୁ ଉଦ୍ଧାର କରିଥିଲେ । ବନବିଭାଗ ଖବର ପାଇ ହରିଣଟିକୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ବ୍ରହ୍ମଗିରି ବନବିଭାଗ କାର୍ଯ୍ୟାଳୟରେ ରଖିଛି । ତେବେ ହରିଣଟି ସୁସ୍ଥ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ଖରା ଦିନରେ ଜଙ୍ଗଲରେ ଥିବା ପୋଖରୀ ଓ ଚୁଆଗୁଡ଼ିକ ଶୁଖିଯିବାରୁ ଶୋଷ ବିକଳରେ ବନ୍ୟ ଜନ୍ତୁ ଗୁଡ଼ିକ ଜନବସତି ମୁହାଁ ହେଉଛନ୍ତି । ଫଳରେ ଶିକାରୀଙ୍କ ଶିକାର ହେଉଥିବା ଖବର ମିଳିଛି । କେତକ ସ୍ଥାନରେ ଲୋକେ ସଚେତନ ହୋଇ ବନବିଭାଗକୁ ହସ୍ତାନ୍ତର କରୁଥିବାବେଳେ ଅନ୍ୟ କେତେକ ଜାଗାରେ ନିରୀହ ପଶୁମାନେ ପ୍ରାଣ ହରାଉଛନ୍ତି।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details