ପୁରୀ: ଶ୍ବଶୁର ବିରୋଧରେ ସାଙ୍ଘାତିକ ଅଭିଯୋଗ । ଦୁଷ୍କର୍ମ କରିବାକୁ ବାରମ୍ବାର ଉଦ୍ୟମ କରୁଥିଲେ ନିଜ ଶ୍ବଶୁର । ପିପିଲି ଥାନାରେ ହୋଇଛି ଏପରି ଜଘନ୍ୟ ଅଭିଯୋଗ କରିଛନ୍ତି ଜଣେ ମହିଳା । ଘରେ କେହି ନଥିବା ଅବସ୍ଥାରେ ଶ୍ବଶୁର କରୁଥିଲେ ଏପରି ଅସଦାଚରଣ । ଘଟଣା ସମ୍ପର୍କରେ କହିବା ପରେ ମଧ୍ୟ ଶାଶୂ ଘର ଲୋକେ ବିଶ୍ବାସ କରୁନଥିବା ଅଭିଯୋଗ କରିଛନ୍ତି ମହିଳା ଜଣଙ୍କ ।
ପରିବାର ଲୋକ ଘଟଣା ସଂପର୍କରେ ବିଶ୍ବାସ ନକରିବା ପରିବର୍ତ୍ତେ ଯୌତୁକ ଦାବିରେ ଓଲଟା ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଶ୍ବଶୁରଙ୍କ ଦୁଷ୍କର୍ମ ଉଦ୍ୟମ ବେଳର ଭିଡ଼ିଓକୁ ପ୍ରମାଣ ସ୍ବରୁପ ପୋଲିସ ପାଖରେ ଦାଖଲ କରିଥିବା ମଧ୍ୟ କହିଛନ୍ତି ଉକ୍ତ ମହିଳା ।