ଓଡିଶା

odisha

ETV Bharat / state

ପୁରୀ କୋଭିଡ ଅପଡେଟ: ବଢୁଛି ସୁସ୍ଥ ହାର

ପୁରୀରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର । ଏଥିସହ ଗତ 24 ଘଣ୍ଟା ଭିତରେ 58 ଟି କୋଭିଡ ପଜେଟିଭ ମାମଲା ରିପୋର୍ଟ ହୋଇଛି । ଫଳରେ ପୁରୀ ଜିଲ୍ଲାରେ କୋଭିଡ ପଜେଟିଭ ସଂଖା ମୋଟ 12 ହଜାର 6 ଶହ 43 ରେ ପହଞ୍ଚିଛି ।

ପୁରୀ କୋଭିଡ ଅପଡେଟ : ବଢୁଛି ସୁସ୍ଥ ହାର
ପୁରୀ କୋଭିଡ ଅପଡେଟ : ବଢୁଛି ସୁସ୍ଥ ହାର

By

Published : Nov 2, 2020, 9:30 PM IST

ପୁରୀ : ଜିଲ୍ଲାରେ ହ୍ରାସ ହେବାରେ ଲାଗିଛି କୋଭିଡ ସଂକ୍ରମଣ ସଂଖ୍ୟା । କୋରୋନା ଆରୋଗ୍ୟ ସଂଖ୍ୟା ବଢୁଛି । ସେପଟେ ଆକ୍ରାନ୍ତ ସଂଖ୍ୟା ଖସୁଛି ।

ଗତ କିଛିଦିନ ହେବ ଜିଲ୍ଲାରେ ଦୁଇ ଅଙ୍କ ବିଶିଷ୍ଟ ରହିଛି ସଂକ୍ରମଣ ସଂଖା । ଗତ 24 ଘଣ୍ଟା ଭିତରେ 58 ଟି କୋଭିଡ ପଜେଟିଭ ମାମଲା ରିପୋର୍ଟ ହୋଇଛି । ଫଳରେ ପୁରୀ ଜିଲ୍ଲାରେ କୋଭିଡ ପଜେଟିଭ ସଂଖା ମୋଟ 12 ହଜାର 6 ଶହ 43 ରେ ପହଞ୍ଚିଛି ।

ବ୍ଲକ ଅନୁସାରେ କୋଭିଡ ଅପଡେଟ

ସେହିପରି କୋଭିଡରେ ମୋଟ ମୃତ୍ୟୁ ସଂଖା 85 ଥିବା ବେଳେ ଜିଲ୍ଲାର ଆକ୍ଟିଭ କେସ ରହିଛି 525 । ଅନ୍ୟପଟେ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ମୋଟ 1 ଲକ୍ଷ 31 ହଜାର 7 ଶହ 93 ଜଣ ସାମ୍ପଲ ସଂଗ୍ରହ ହୋଇ ଟେଷ୍ଟ ହୋଇଛି । ତେବେ ସବୁଠୁ ବଡ଼ କଥା ହେଲା ପୁରୀରେ ସୁସ୍ଥ ହାର ବଢି ଚାଲିଛି ।

ଜିଲ୍ଲାର ସୁସ୍ଥ ହାର 95.15 ପ୍ରତିଶତ ରହିଛି । ତେବେ ଜିଲ୍ଲାରେ ସବୁଠୁ ଅଧିକ କୋଭିଡ ପଜେଟିଭ ସଂଖା ପୁରୀ ପୌରପାଳିକା ଅଞ୍ଚଳରେ ରହିଛି । ଆଜି ପର୍ଯ୍ୟନ୍ତ ଏହି ସଂଖା 3885 ଥିବା ବେଳେ ଆକ୍ଟିଭ କେସ 90 ଟି ରହିଛି ।

ତେବେ ଆଗକୁ ଶୀତ ଦିନ ଥିବାରୁ ଲୋକ ମାନେ ଯଥେଷ୍ଟ ସତର୍କ ନ ହେଲେ ପୁଣି ଜିଲ୍ଲାରେ କୋଭିଡ ସଂକ୍ରମଣ ସଂଖା ବଢିବା ଆଶଙ୍କା ରହିଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ABOUT THE AUTHOR

...view details