ଓଡିଶା

odisha

By

Published : Sep 18, 2020, 8:20 PM IST

ETV Bharat / state

କୋରୋନା କବଳରେ ପର୍ଯ୍ୟଟନ ସହର ପୁରୀ

ପୁରୀ ସହରକୁ ଦୃତ ଗତିରେ କୋରୋନା ଭୁତାଣୁ କବଳିତ କରିବାରେ ଲାଗିଛି । ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖା ସାଢ଼େ ସାତ ହଜାର ଅତିକ୍ରମ କଲାଣି । କିନ୍ତୁ କିଭଳି କୋଭିଡ ମହାମରୀ ଉପରେ ରୋକ ଲାଗିବ ସେ ନେଇ ପ୍ରଶାସନ କିନ୍ତୁ ପୂର୍ବ ଭଳି ତତ୍ପର ହେଉନାହିଁ । ଅଧିକ ପଢନ୍ତୁ...

କୋରୋନା କବଳରେ ପୁରୀ ସହର
କୋରୋନା କବଳରେ ପୁରୀ ସହର

ପୁରୀ:କୋରୋନା କବଳରେ ପୁରୀ ସହର । ପୁରୀ ସହରକୁ ଦୃତ ଗତିରେ କୋରୋନା ଭୁତାଣୁ କବଳିତ କରିବାରେ ଲାଗିଛି । ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖା ସାଢ଼େ ସାତ ହଜାର ଅତିକ୍ରମ କଲାଣି । କିନ୍ତୁ କିଭଳି କୋଭିଡ ମହାମରୀ ଉପରେ ରୋକ ଲାଗିବ ସେ ନେଇ ପ୍ରଶାସନ କିନ୍ତୁ ପୂର୍ବ ଭଳି ତତ୍ପର ହେଉନାହିଁ । ଅନଲକ ପରେ ଯେମିତି ସବୁ ଦାୟିତ୍ୱ ସରିଯାଇଛି । ତେବେ ପୁରୀ ସହରରେ କୋଭିଡ ଗାଇଡ଼ ଲାଇନ କଡାକଡି ପାଳନ ନହେବା, ସାମାଜିକ ଦୂରତା ନରହିବା ଓ ସଂକ୍ରମଣ ଅଶଙ୍କା ଥିବା ଅଞ୍ଚଳରେ ନିୟମିତ ସାନିଟାଇଜ ନହେବା ଯୋଗୁଁ ପୁରୀ ଏବେ କୋଭିଡ ଭୁତାଣୁ କବଳକୁ ଆସିବାରେ ଲାଗିଛି ।

କୋରୋନା କବଳରେ ପୁରୀ ସହର

ପୁରୀର ସ୍ୱର୍ଗଦ୍ୱାର ଅଞ୍ଚଳରେ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ପୁରୀ ଜିଲ୍ଲାରୁ ପ୍ରତିଦିନ 30 ରୁ ଅଧିକ ମୃତଦେହ ଆସୁଛି । କିନ୍ତୁ ଶବ ଦାହ ବେଳେ କୋଭିଡ କଟକଣା ସମ୍ପୂର୍ଣ୍ଣ ଉଲ୍ଲଘଂନ ହେବାର ନଜିର ଆସୁଛି । କୋଭିଡ କଟକଣା ଥିବା ସତ୍ତ୍ୱେ ଶବଦାହ ପାଇଁ ଯେତିକି ଲୋକ ଆସିବା କଥା ଅଧିକ ଲୋକ ଆସୁଛନ୍ତି । ସେହିପରି ଅନେକ ମାସ୍କ ପିନ୍ଧୁ ନଥିବା ବେଳେ ପରସ୍ପର ପାଖରେ ବସି ଆଲୋଚନା କରୁଛନ୍ତି । ଫଳରେ ମୃତକଙ୍କ ସମ୍ପର୍କୀୟ କେହି ଯଦି କୋରୋନାରେ ଆକ୍ରାନ୍ତ ଥାନ୍ତି କୋଭିଡ ସଂକ୍ରମଣ ବ୍ୟାପିବା ଅଶଙ୍କା ଯଥେଷ୍ଟ ରହିଛି ।

ସ୍ୱର୍ଗଦ୍ୱାରରେ 2 ରୁ 3 ଘଣ୍ଟା ଶବଦାହ ପାଇଁ ସମୟ ଲାଗୁଥିବା ସହ ଲୋକେ ଏକାଠି ହେଉଥିବା ହେତୁ ସ୍ୱର୍ଗଦ୍ୱାର ଏବେ କୋରୋନା ସଂକ୍ରମଣର ହଟସ୍ପଟ ହେବାର ଆଶଙ୍କା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ପ୍ରଶାସନ ପକ୍ଷରୁ କୌଣସି ତଦାରଖ ବ୍ୟବସ୍ଥା ନାହିଁ । ସେହିପରି ସ୍ୱର୍ଗଦ୍ୱାରକୁ ମଧ୍ୟ ନିୟମିତ ସାନିଟାଇଜ କରାଯାଉ ନାହିଁ । ଫଳରେ କୋଭିଡ ମହାମାରୀ ବ୍ୟପିବା ଅଶଙ୍କାକୁ ନେଇ ସମାଜସେବୀ ଚିନ୍ତା ପ୍ରକଟ କରିଛନ୍ତି । କେବଳ ସ୍ୱର୍ଗଦାର ନୁହେଁ ବରଂ ପୁରୀ ସହରରେ ଏବେ କୋଭିଡ ଗାଇଡ଼ଲାଇନ ଖୁଲମଖୁଲା ଉଲ୍ଲଘଂନ ହେଉଛି । ସମୁଦ୍ର କୂଳରେ ପର୍ଯ୍ୟଟକ ମାସ୍କ ପିନ୍ଧୁ ନଥିବା ବେଳେ ସାମାଜିକ ଦୂରତା ବି ରହୁନାହିଁ । ସେହିପରି ପରିବା ମାର୍କେଟ, ମାଛ ମାର୍କେଟ ଅଞ୍ଚଳରେ କୋଭିଡ ଗାଇଡ଼ ଲାଇନର ଅର୍ଥ ବୋଲି କିଛି ନାହିଁ ।

ସବୁଠି ହାଉଯାଉ ହେଉଛନ୍ତି ଲୋକେ । ପୁରୀ ଜିଲ୍ଲାରେ ସାଢ଼େ 7 ହଜାର କୋଭିଡ ପଜିଟିଭ ସଂଖା ଅତିକ୍ରମ କରିଥିବା ବେଳେ ଜିଲ୍ଲାର ମୃତ୍ୟୁ ସଂଖା 32 ରେ ପହଞ୍ଚିଛି । ସେହିପରି ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ପୁରୀ ପୌରାଞ୍ଚଳରେ ଅଢେଇ ହଜାରକୁ ପହଞ୍ଚିଲାଣି । ହେଲେ ନା ପ୍ରଶାସନ ସଚେତନ ଅଛି ନା ଜନସାଧାରଣ ସଚେତନ ଅଛନ୍ତି । ଫଳରେ ପୁରୀରେ ଅଗାମୀ ଦିନରେ କୋଭିଡ ଭୟାବହ ରୂପ ଧାରଣ କରିବାର ସମୟ ପାଖେଇ ଆସୁଛି । ଜିଲ୍ଲାରେ ଯେଭଳି କୋଭିଡ ଏବେ ଭୟାବହ ରୂପ ନେବାକୁ ବସିଲାଣି ରାଜ୍ୟ ସରକାର ପୁରୀ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ନଦେଲେ ପରିସ୍ଥିତି ଅଣାୟତ ହେବାର ଆଶଙ୍କା ରହିଛି । ଅନ୍ୟପଟେ ଉପଜିଲ୍ଲାପାଳ ଲୋକଙ୍କୁ କୋଭିଡ ନୀୟମ ମାନି ଚଳିବା ଏବଂ ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଜ୍ୱର, କାଶ, ଥଣ୍ଡା ହେଲେ ନଲୁଚାଇ କୋଭିଡ ଟେଷ୍ଟ କରି ଚିକିତ୍ସା ସେବା ନେବାକୁ ମଧ୍ୟ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details