ଓଡିଶା

odisha

ETV Bharat / state

କୋରୋନା ସହାୟତା: ପୁରୀର ବୟସ୍କ ମହିଳାଙ୍କ ବଦାନ୍ୟତା ଦାନ କଲେ ଏକ ଲକ୍ଷ

ମହାମାରୀ କୋରୋନାକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସହାୟତା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ। ଏହାକୁ ଗ୍ରହଣ କରି ପୁରୀର ବୟସ୍କ ମହିଳା କେନ୍ଦ୍ର ଓ ରଜ୍ୟ ସରକାରଙ୍କ କୋରୋନା ରିଲିଫ ପାଣ୍ଠିକୁ ଦାନ କଲେ 100000/- ଟଙ୍କା । ଅଧିକ ପଢନ୍ତୁ...

corovid19-one-lakh-donations-donated-by-an-elderly-woman-of-puri
କୋରୋନା ସହାୟତା: ପୁରୀର ବୟସ୍କ ମହିଳାଙ୍କ ବଦାନ୍ୟତା ଦାନ କଲେ ଏକ ଲକ୍ଷ

By

Published : Apr 2, 2020, 9:01 PM IST

ପୁରୀ: ସାରା ଦେଶରେ ଏବେ ମହାମାରୀ କୋରୋନାକୁ ନେଇ ଆତଙ୍କର ବାତାବରଣ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋରୋନା ସଂକ୍ରମିତଙ୍କୁ ଚିକିତ୍ସା ପାଇଁ ବ୍ୟାପକ ବ୍ୟବସ୍ଥା ସହ ବିପୁଳ ଅର୍ଥ ମଧ୍ୟ ବ୍ୟୟ କରୁଛନ୍ତି । ତେବେ ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ କୋରୋନା ରିଲିଫ ଫଣ୍ଡକୁ ସ୍ବଇଚ୍ଛାରେ ଟଙ୍କା ଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଛନ୍ତି । ଏହି ବାର୍ତ୍ତା ପୁରୀ ସହରରେ ମଧ୍ୟ ଦେଖିବାକୁ ମିଳିଛି ।

କୋରୋନା ସହାୟତା: ପୁରୀର ବୟସ୍କ ମହିଳାଙ୍କ ବଦାନ୍ୟତା ଦାନ କଲେ ଏକ ଲକ୍ଷ

ପୁରୀର ହାଡ଼ଗୋଡ଼ିଆ ସାହିର ବାସିନ୍ଦା ବୟସ୍କ ମହିଳା କନକଲତା ସାହୁ ନିଜ ପାଖରେ ଥିବା ଏକ ଲକ୍ଷ ଟଙ୍କା ଉଭୟ ଓଡିଶା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ସେ ଫ୍ୟାମିଲି ପେନସନ ପାଉଛନ୍ତି । ସେହି ପେନସନ ଅର୍ଥ କିଛି ଜମା କରି ରଖିଥିଲେ । ତେବେ ଟିଭି ଓ ଖବର କାଗଜରେ ମହାମାରୀ କୋରୋନା ବିଷୟରେ ଜାଣି ବ୍ୟସ୍ତ ହୋଇପଡ଼ିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ସାରା ବିଶ୍ବବାସୀଙ୍କୁ ବାଞ୍ଚନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ 75 ହଜାର ଓ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 25 ହଜାର ମୋଟ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଏହାକୁ ପୁରୀ ସଦର ତହସିଲଦାର ଗ୍ରହଣ କରିଥିଲେ । ସେ କନକଲତା ସାହୁଙ୍କ ପ୍ରୟାସକୁ ଭୁରି ଭୁରି ପ୍ରଶଂସା କରିଥିଲେ । କନକଲତାଙ୍କ ଭଳି ସବୁ ଲୋକ ଉଭୟ ରାଜ୍ୟ ଓ କେନ୍ଦ୍ର ରିଲିଫ ଫଣ୍ଡ କୁ ଏହି ସମୟ ରେ ଦାନ କରିବାକୁ କହିଛନ୍ତି । ଏହା ଦ୍ବାରା ଅନେକ ଲୋକଙ୍କ ଚିକିତ୍ସା କରାଯାଇ ପାରିବ । ଦେଶରେ ଆର୍ଥିକ ସଙ୍କଟ ମଧ୍ୟ ରହିବ ନାହିଁ । ଏହି ଆହ୍ବାନ କୁ ନେଇ ମଧ୍ୟ ବିଭିନ୍ନ ବଦାନ୍ୟ ବ୍ୟକ୍ତି ,ଅନୁଷ୍ଠାନ ଟଙ୍କା ମଧ୍ୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ସାରା ଦେଶବାସୀ ଏହି ମହତ କାର୍ଯ୍ୟ କରିବାକୁ ସବୁ ମହଲରୁ ବାର୍ତା ଦିଆଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details