ଓଡିଶା

odisha

ETV Bharat / state

କୋରୋନା କଟକଣା: ପୁରୀରେ ସକାଳ 6ରୁ ସନ୍ଧ୍ୟା 6 ଯାଏଁ କିଣିବେ ଅତ୍ୟାବଶ୍ୟକ ସାମଗ୍ରୀ

କୋରୋନା ସତର୍କତା ନେଇ ପୁରୀରେ ଲକଡାଉନ ଜାରି ରହିଛି। ତେବେ ପରିବା, ସଉଦା କିଣିବାକୁ ଲୋକଙ୍କ ପାଇଁ କିଛି କଟକଣା ଜିଲ୍ଲା ପ୍ରଶାସନ କରିଛି। ସକାଳ 6 ଟାରୁ ସନ୍ଧ୍ୟା 6 ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଲୋକେ କିଣି ପାରିବେ।

corona restrictions
କୋରୋନା ପାଇଁ ପୁରୀରେ ଲକଡାଉନ

By

Published : Mar 26, 2020, 7:31 PM IST

ପୁରୀ: କୋରୋନା ଭାଇରସ ବ୍ୟାପିବାରୁ ରୋକିବାକୁ ସାରାଦେଶରେ 21ଦିନ ପାଇଁ ଲାଗୁ ହୋଇଛି ଲକଡାଉନ । କୋରୋନା ସତର୍କତା ନେଇ ପୁରୀରେ ମଧ୍ୟ ଜାରି ରହିଛି ତାଲା ବନ୍ଦ । କୌଣସି ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରୁ ନାହାନ୍ତି ଲୋକେ । ମାତ୍ର ଏହାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ ନେଇ କିଛି ସମୟ କଟକଣା ଲାଗିଛି।

କୋରୋନା ପାଇଁ ପୁରୀରେ ଲକଡାଉନ

କୋରୋନା ସତର୍କତା ନେଇ ପୁରୀରେ ଲକଡାଉନ ଜାରି ରହିଛି। ତେବେ ପରିବା, ସଉଦା କିଣିବାକୁ ଲୋକଙ୍କ ପାଇଁ କିଛି କଟକଣା ଜିଲ୍ଲା ପ୍ରଶାସନ କରିଛି। ସକାଳ 6 ଟାରୁ ସନ୍ଧ୍ୟା 6 ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଲୋକେ କିଣି ପାରିବେ।

ସନ୍ଧ୍ୟା 6 ଟା ପରେ କେଵଳ ଔଷଧ ଦୋକାନ ଖୋଲା ରହିବ। ସେହିପରି ଅସନ୍ତାକାଲି(ଶୁକ୍ରବାର) ଠାରୁ ନିରାଶ୍ରୟ ଲୋକଙ୍କୁ ଉଦ୍ଧାର କରାଯାଇ ଉପଯୁକ୍ତ ଥଇଥାନ କରାଯିବ। ସେମାନଙ୍କ ରହିବା ଖାଇବାର ସମସ୍ତ ବ୍ୟବସ୍ଥା କରିବେ ସରକାର।

ଏନେଇ ଏକ ହେଲ୍ପ ଲାଇନ ନମ୍ବର ଜାରି ହୋଇଛି। 6370967100, 6370972100। ଏହି ନମ୍ବରରେ ଲୋକେ ଜିଲା ପ୍ରଶାସନକୁ ଫୋନ କରି ନିରାଶ୍ରୟଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିବାକୁ ପୁରୀ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details