ଓଡିଶା

odisha

ETV Bharat / state

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ

ପିପିଲି ଉପନିର୍ବାଚନ ପାଇଁ ସୋମବାର କଂଗ୍ରେସ ପ୍ରାର୍ଥୀପତ୍ର ଦାଖଲ କରିଛି । ଅଧିକ ପଢନ୍ତୁ...

By

Published : Apr 26, 2021, 1:24 PM IST

Updated : Apr 26, 2021, 2:19 PM IST

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ
ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ

ପୁରୀ: ଆଜି(ସୋମବାର) ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ କୋଭିଡ କଟକଣା ଆଧାରରେ ଅଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି ।

ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ

କଂଗ୍ରେସର ବରିଷ୍ଠ ନେତା ବିଧାୟକ ସୁର ରାଉତରାୟ, ପ୍ରଦୀପ୍ତ ମାଝୀ, ବିଜୟ ଲକ୍ଷ୍ମୀ ସାହୁ ଅମିୟ ଦାସଙ୍କ ସହ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଶ୍ବକେଶନ ହରିଚନ୍ଦନ । ଆସନ୍ତା ମେ 16 ଉପନିର୍ବାଚନ ହେବ । ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କୋରୋନା ମୃତ୍ୟୁ ପରେ ଉପ ନିର୍ବାଚନ ସ୍ଥଗିତ ରହିଥିଲା । ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ କେଵଳ କଂଗ୍ରେସ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି । ଅନ୍ୟ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାୟମ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 26, 2021, 2:19 PM IST

ABOUT THE AUTHOR

...view details