ଓଡିଶା

odisha

ETV Bharat / state

ଇସ୍କନ ବିରୋଧରେ ଏତଲା, ତୁରନ୍ତ ପରିଚାଳକଙ୍କ ଗିରଫ ଦାବି

ଅସମୟରେ ତଥା ବିଧି ବିଧାନ ନ ମାନି ରଥଯାତ୍ରା ଆୟୋଜନ ନେଇ ଇସ୍କନ ବିରୋଧରେ ତାତିଲେ ଲୋକେ । ଏହାକୁ ନେଇ ପୁରୀ ସଚେତନ ନାଗରିକ ମଞ୍ଚ ଓ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି ।

By

Published : Sep 9, 2019, 11:32 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ପୁଣି ଇସ୍କନ ବିରୋଧରେ ଅସମୟରେ ତଥା ବିଧି ବିଧାନ ନ ମାନି ରଥଯାତ୍ରା ଆୟୋଜନ ନେଇ ଅଭିଯୋଗ ଆସିଛି । ଏହାକୁ ନେଇ ପୁରୀ ସଚେତନ ନାଗରିକ ମଞ୍ଚ ଓ ଜଗନ୍ନାଥ ସେନା ପକ୍ଷରୁ ପୁରୀ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି । ତୁରନ୍ତ ଲୁଧିଆନା ଇସ୍କନର ପରିଚାଳକଙ୍କୁ ଗିରଫ କରିବାକୁ ଦାବି କରାଯାଇଛି ।

ଅଭିଯୋଗ ଅନୁସାରେ ଆସନ୍ତା ନଭେମ୍ବର 27 ତାରିଖରେ ଲୁଧିଆନା ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ ନେଇ ବ୍ୟବସ୍ଥା ହୋଇଛି । ଯାହାକି ରଥଯାତ୍ରାର ନୀତି ନିୟମ ର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ। ଇସ୍କନ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ବିକୃତ କରୁଥିବା ହେତୁ ରାଜ୍ୟ ସରକାର ତୁରନ୍ତ ଇସ୍କନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଜଗନ୍ନାଥ ସଂସ୍କୃତି କୁ ବଞ୍ଚେଇବାକୁ ସଂଗଠନ ନିବେଦନ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଚେତନ ନାଗରିକ ମଞ୍ଚ ଓ ଜଗନ୍ନାଥ ସେନା ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details