ଓଡିଶା

odisha

ETV Bharat / state

ନାଲି, ନାରଙ୍ଗୀରେ ରଙ୍ଗାୟିତ ସ୍ମାର୍ଟ ସିଟି ଓ ଶ୍ରୀକ୍ଷେତ୍ର ଆକାଶ

ସାମୁଦ୍ରିକ ଝଡ 'ବୁଲବୁଲ' ପଶ୍ଚିମବଙ୍ଗର ସାଗରଦୀପରେ ଲ୍ୟାଣ୍ଡଫଲ କରିଛି । ହେଲେ ଓଡିଶାର ଆକାଶ ଏହାର ପ୍ରଭାବରେ କଳା ବାଦଲ ଢାଙ୍କି ହେବା ବଦଳରେନାଲି ଓ ନାରଙ୍ଗୀ ରଙ୍ଗରେ ଢାଙ୍କି ହୋଇଥିଲା ।

By

Published : Nov 10, 2019, 12:08 AM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ପୁରୀ/ଭୁବନେଶ୍ବର

ଭୁବନେଶ୍ବର/ପୁରୀ: ସାମୁଦ୍ରିକ ଝଡ 'ବୁଲବୁଲ' ପଶ୍ଚିମବଙ୍ଗର ସାଗରଦୀପରେ ଲ୍ୟାଣ୍ଡଫଲ କରିଛି । ସେପଟେ ଏହାର ପ୍ରଭାବରେ ଓଡିଶାର ଆକାଶ ନାଲି ରଙ୍ଗର ଚାଦରରେ ଢାଙ୍କି ହୋଇ ରଙ୍ଗୀନ ହୋଇଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ରଙ୍ଗୀନ ଆକାଶରେ ଆନ୍ଦୋଳିତ ଶ୍ରୀକ୍ଷେତ୍ରବାସୀ
ସମୁଦ୍ର ସହ ରଙ୍ଗୀନ ଆକାଶର ଅପୂର୍ବ ରଙ୍ଗ

ଶନିବାର ସନ୍ଧ୍ୟାରେ ଓଡିଶା ବିଭିନ୍ନ ସ୍ଥାନରେ ନାଲି ରଙ୍ଗର ଆକାଶ ଦେଖିବାକୁ ମିଳିଥିଲା । ପୁରୀ, ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଏଭଳି ମନୋରମ ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ସେହିପରି ଶ୍ରୀକ୍ଷେତ୍ର ଉପରୁ ଟଳିଯାଇଛି 'ବୁଲବୁଲ'ର ବିପଦ । ହେଲେ ଆକାଶ ଗାଢ ନାରଙ୍ଗୀ ରଙ୍ଗରେ ରଙ୍ଗାୟିତ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ନାଲି ରଙ୍ଗରେ ରଙ୍ଗାୟିତ ଶ୍ରୀକ୍ଷେତ୍ର
ସ୍ମାର୍ଟ ସିଟି ଆକାଶର ଅପୂର୍ବ ଏରଙ୍ଗ

ହଠାତ୍ ଦେଖାଦେଇଥିବା ଏହି ନାରଙ୍ଗୀ ରଙ୍ଗର ଆକାଶ ପର୍ଯ୍ୟଟକଙ୍କୁ ରୋମାଞ୍ଚିତ କରିଥିଲା । ଶ୍ରୀମନ୍ଦିର ସମେତ ବଡ଼ ଦାଣ୍ଡ, ସମୁଦ୍ର କୂଳ ସବୁଆଡେ ଆକାଶ ନାରଙ୍ଗୀ ରଙ୍ଗ ହୋଇ ଯାଇଥିଲା । ଯାହାକି ଶ୍ରୀକ୍ଷେତ୍ର ଆକାଶକୁ କିଛି ସମୟ ଏହି ରଙ୍ଗରେ ଆଚ୍ଛାଦିତ କରି ରଖିଥିଲା । ନାରଙ୍ଗୀ ରଙ୍ଗର ଆକାଶ ଶ୍ରୀକ୍ଷେତ୍ର ଆକାଶକୁ ଆଲୋକିତ କରିଛି । ପ୍ରକୃତିର ଏହି ମନୋଲୋଭା ଦୃଶ୍ୟ ଶ୍ରୀକ୍ଷେତ୍ରବାସୀଙ୍କୁ ଆନ୍ଦୋଳିତ କରିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details