ଓଡିଶା

odisha

ETV Bharat / state

ପୁରୀରେ ମୁଖ୍ୟମନ୍ତ୍ରୀ: କାଳିଆ ଦର୍ଶନ କଲେ, ଟଙ୍କ ତୋରାଣୀ ବାଣ୍ଟିଲେ

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

By

Published : Jul 4, 2019, 12:12 PM IST

Updated : Jul 4, 2019, 2:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ରଥରେ କାଳିଆ ଠାକୁରକୁ ଦେଖିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ନବଦାସ ଓ ପ୍ରତାପ ଜେନା ପ୍ରମୁଖ ପୁରୀ ଗସ୍ତ କରିଛନ୍ତି ।

ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପବିତ୍ର ଦିବସରେ ମୁଁ ସମସ୍ତଙ୍କ ଶୁଭ କାମନା ମାନାସୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ପୁରୀ

ମୁଖ୍ୟମନ୍ତ୍ରୀ ସିଂହଦ୍ବାରରେ ପହଞ୍ଚି ତିନି ଠାକୁରଙ୍କୁ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଆଶିଷ ଭିକ୍ଷା କରିଛନ୍ତି । ଏହାସହ ନିଜ ହାତରେ ଟଙ୍କ ତୋରାଣୀ ମଧ୍ୟ ଭକ୍ତଙ୍କୁ ବାଣ୍ଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କଡା ସୁରକ୍ଷା ଭିତରେ ସିଂହଦ୍ବାର ସମ୍ମୁଖକୁ ପାଛୋଟି ନିଆଯାଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

Last Updated : Jul 4, 2019, 2:51 PM IST

ABOUT THE AUTHOR

...view details