ଚେନ୍ନାଇ: ଲୋକେ ପେଟ ପାଇଁ ଚୋରି କରନ୍ତି । ଧନକୁ ଦେଖି ମନରେ ଦୁର୍ଲଭ ଆସିଗଲେ ମଧ୍ୟ ଚୋରି କରିବାକୁ ବାଧ୍ୟ ହୁଅନ୍ତି କିଛି ଲୋକେ । ସେମାନେ କିନ୍ତୁ ଠିକ ଜାଣନ୍ତି ଚୋରି ଧରାପଡିଲେ ଥାନାକୁ ଯିବା ସୁନିଶ୍ଚିତ । ତଥାପି ନିଜର ଆଶା ପୂର୍ଣ୍ଣ କରିବା ପାଇଁ ଚୋରି କରନ୍ତି । ତେବେ ଜଣେ ବ୍ୟକ୍ତି ଜାଣିଶୁଣି ଚୋରି କରିଛି କାରଣ ସେ ଜେଲ ଯିବାକୁ ଚାହୁଁଥିଲା । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ । ଚେନ୍ନାଇରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।
ମନେ ପଡିଲା ଜେଲ ଖାଦ୍ୟ-କଏଦୀଙ୍କ କଥା, ଜେଲ ଯିବା ପାଇଁ ଚୋରି କଲା ବାଇକ
ତାମିଲନାଡୁର ଚେନ୍ନାଇସ୍ଥିତ 52 ବର୍ଷୀୟ ଜ୍ଞାନ ପ୍ରକାଶ କିଛିଦିନ ପୂର୍ବେ ଜେଲରୁ ମୁକୁଳିଥିଲେ । କିନ୍ତୁ ଜେଲରୁ ବାହାରିବା ପରେ ତାଙ୍କୁ ଜେଲର ଖାଦ୍ୟ ଏବଂ କଏଦୀଙ୍କ କଥା ମନେ ପଡିଲା । ତେଣୁ ସେ ସିସିଟିଭି ସାମନାରେ ଚୋରି କଲେ ବାଇକ । ପରେ ସେ ଗିରଫ ମଧ୍ୟ ହେଲେ ।
ସୂଚନା ଅନୁସାରେ ତାମିଲନାଡୁର ଚେନ୍ନାଇସ୍ଥିତ 52 ବର୍ଷୀୟ ଜ୍ଞାନ ପ୍ରକାଶ କିଛିଦିନ ପୂର୍ବେ ଜେଲରୁ ମୁକୁଳିଥିଲେ । ଜେଲରୁ ବାହାରିବା ପରେ ତାଙ୍କୁ ଜେଲର ଖାଦ୍ୟ ଏବଂ କଏଦୀଙ୍କ କଥା ମନେପଡିଲା । ତେଣୁ ସେ ପାର୍କିଂରେ ଥିବା ବାଇକ ଏବଂ ପେଟ୍ରୋଲ ଜାଣିଶୁଣି ଚୋରି କଲେ । ଏହା ଦେଖି ସାଧାରଣ ଲୋକେ ଥାନାରେ ଅଭି।ଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ସିସିଟିଭି ଆଧାରରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।
ତେବେ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଅଭିଯୁକ୍ତ ଜାଣିଶୁଣି ସିସିଟିଭି ରେ ନିଜ ଚେହେରା ଦେଖାଇଛି । ଯେଉଁଥିପାଇଁ କି ପୋଲିସକୁ ଅଭିଯୁକ୍ତକୁ ଖୋଜିବାରେ ସହଜ ହେବ । କେବଳ ସେତିକି ନୁହେଁ ବାଇକ ଚୋରି କରିବା ପରେ ପୋଲିସ ତାକୁ ସହଜରେ ଧରୁ ବୋଲି ପୋଲିସର ଆଖପାଖରେ ବୁଲିବାକୁ ଲାଗିଲା ଜ୍ଞାନ ପ୍ରକାଶ । ଶେଷରେ ଅଭିଯୁକ୍ତର ଯୋଜନା ସଫଳ ହେଲା । ପୋଲିସ ତାକୁ ବାନ୍ଧି ନେଲେ ହାଜତକୁ । ଏନେଇ ପୋଲିସ ଅଭିଯୁକ୍ତକୁ ପଚରାଉଚୁରା କରିବାରୁ ସେ କହିଥିଲା ଯେ ତାକୁ ଜେଲ କଥା, ଜେଲରେ ଥିବା କଏଦୀ ସାଙ୍ଗ, ଜେଲ ଖାଦ୍ୟ ମନେପଡିଲା ବୋଲି ସେ ଏପରି ଅପରାଧ କଲେ । ପୋଲିସ ତାଙ୍କୁ ପୁଣି ଜେଲକୁ ପଠାଇଦେଇଛି ।