ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ନିଆରା ପରମ୍ପରା ଚନ୍ଦନଯାତ୍ରା

ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁଙ୍କ ପରମ୍ପରା ମଧ୍ୟରେ ଚନ୍ଦନଯାତ୍ରା ଅନ୍ୟତମ । ଅକ୍ଷୟ ତୃତୀୟା ଠାରୁ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଜ୍ୟେଷ୍ଠ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମୋଟ 42ଦିନ ମହାପ୍ରଭୁଙ୍କର ଏହି ନିଆରା ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । 42ଦିନ ଚନ୍ଦନଯାତ୍ରା, 21ଦିନ ନରେନ୍ଦ୍ର ପୁଷ୍କରିଣୀରେ ଓ 21 ଦିନ ଶ୍ରୀମନ୍ଦିର ଭିତରେ ହୋଇଥାଏ । ଏହାକୁ ବାହାର ଚନ୍ଦନଯାତ୍ରା ଓ ଭିତର ଚନ୍ଦନଯାତ୍ରା କୁହାଯାଏ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

By

Published : Apr 25, 2020, 6:00 PM IST

ମହାପ୍ରଭୁଙ୍କ ନିଆରା ପରମ୍ପରା ଚନ୍ଦନଯାତ୍ରା
ମହାପ୍ରଭୁଙ୍କ ନିଆରା ପରମ୍ପରା ଚନ୍ଦନଯାତ୍ରା

ପୁରୀ: ବାର ମାସରେ ପ୍ରଭୁ ଜଗନ୍ନାଥଙ୍କର ତେର ପର୍ବ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁଙ୍କ ପରମ୍ପରା ମଧ୍ୟ ନିଆରା । ସେଥିମଧ୍ୟରୁ ଚନ୍ଦନ ଯାତ୍ରା ଅନ୍ୟତମ । ଅକ୍ଷୟ ତୃତୀୟା ଠାରୁ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଜ୍ୟେଷ୍ଠ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମୋଟ 42ଦିନ ମହାପ୍ରଭୁଙ୍କର ଏହି ନିଆରା ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ , ମଦନମୋହନ , ଶ୍ରୀଦେବୀ , ଭୁଦେବୀ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଅଜ୍ଞା ନେଇ ମଣି ବିମାନରେ ବିରାଜିତ ହୋଇ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରନ୍ତି । ସେଠାରେ ସୁଶୋଭିତ ନନ୍ଦା ଓ ଭଦ୍ରା ନାମକ 2ଟି ଡଙ୍ଗାରେ ତିଆରି ହୋଇଥିବା ଚାପରେ ନୌକା ବିହାର କରନ୍ତି । ଏହି ଭଳି 21 ଦିନ ନରେନ୍ଦ୍ର ପୁଷ୍କରିଣୀ ମହାପ୍ରଭୁ ଜଳ କ୍ରୀଡା କରନ୍ତି ।

ମହାପ୍ରଭୁଙ୍କ ନିଆରା ପରମ୍ପରା ଚନ୍ଦନଯାତ୍ରା

ଅନ୍ୟପଟେ ଏହି ଚନ୍ଦନଯାତ୍ରା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଲାଗି ବେଶ ସମେତ ମହାପ୍ରଭୁଙ୍କ ସର୍ବାଙ୍ଗରେ ଚନ୍ଦନ ପ୍ରଲେପ କରାଯାଇଥାଏ । ପ୍ରଚଣ୍ଡ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ସର୍ବାଙ୍ଗରେ ଚନ୍ଦନ ଲଗାଇବା ସହ ଜଳକ୍ରୀଡା କରନ୍ତି ନରେନ୍ଦ୍ର ପୁଷ୍କରିଣୀରେ । ମାନବୀୟ ଲୀଳା କରୁଥିବା ପ୍ରଭୁ ଜଗନ୍ନାଥ ଙ୍କୁ ମଧ୍ୟ ସାଧାରଣ ମଣିଷ ଭଳି ଅଧିକ ଗରମ ମଧ୍ୟ ଅନୁଭୂତ ହୁଏ। ଏଥିପାଇଁ ତାଙ୍କ ଉପଚାର ସେବା ପାଇଁ ଏହି ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ ।

42ଦିନ ଚନ୍ଦନଯାତ୍ରା, 21ଦିନ ନରେନ୍ଦ୍ର ପୁଷ୍କରିଣୀରେ ଓ 21 ଦିନ ଶ୍ରୀମନ୍ଦିର ଭିତରେ ହୋଇଥାଏ । ଏହାକୁ ବାହାର ଚନ୍ଦନଯାତ୍ରା ଓ ଭିତର ଚନ୍ଦନଯାତ୍ରା କୁହାଯାଏ । ଏହି ଚନ୍ଦନ ଯାତ୍ରା ଅବସରରେ ବାହାର ଚନ୍ଦନଯାତ୍ରା ଭଳି ଆଲଟ ଓ ଚନ୍ଦନ ଲାଗି ନୀତି ସମ୍ପନ ହୋଇ ଥାଏ । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମଣୀ ହରଣ ଏକାଦଶୀରେ ପ୍ରଭୂଙ୍କର ଜଳ କ୍ରୀଡା ନୀତି ସମ୍ପନ ହୋଇ ଥାଏ । ଏଥିରେ ଶ୍ରୀ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡା ମଣ୍ଡପକୁ ଯାଇ ସେଠାରେ ସୁବାସିତ ଜଳକୁଣ୍ଡରେ ବିହାର କରିଥାନ୍ତି । ତେବେ ଏହି ମହାପ୍ରଭୁଙ୍କ ଏହି ଚନ୍ଦନଯାତ୍ରା ସ୍ବଚକ୍ଷୁରେ ଦେଖିଲେ ପୁନ ର୍ଜନ୍ମ ହୋଇ ନଥାଏ ବୋଲି ପୁରାଣରେ ବର୍ଣ୍ଣନା ରହିଛି ।

ପବିତ୍ର ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମେତ ରଥଯାତ୍ରା ପାଇଁ ମଧ୍ୟ ତିନି ରଥର ନିର୍ମାଣ କାର୍ଯ୍ୟ ମଧ୍ୟ ଅନୁକୂଳ ହୁଏ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ 3ରଥର ମହାରଣାମାନେ କାର୍ଯ୍ୟ ଆରମ୍ଭ କରିବାର ପରମ୍ପରା ରହିଛି । ତେଣୁ ଅକ୍ଷୟ ତୃତୀୟା ଯେତିକି ପଖାଉଛି ଚନ୍ଦନଯାତ୍ରା ଓ ରଥ ନିର୍ମାଣ ପାଇଁ ସେବାୟତଙ୍କଠାରୁ ଆରମ୍ଭ କରି ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସହ ଓ ଉତ୍କଣ୍ଠା ବଢିବାରେ ଲାଗିଛି । ଅନ୍ୟପଟେ କୋରୋନା ସଂକ୍ରମଣ ପାଇଁ ଭକ୍ତ ବିନା ରେ ମହାପ୍ରଭୁ ଚାପ ଖେଳିବା ଚଳିତ ବର୍ଷ ବ୍ୟବସ୍ଥା ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details