ଓଡିଶା

odisha

ETV Bharat / state

ନବନିଯୁକ୍ତ ଡିଆଇଜିଙ୍କ ପୁରୀଗସ୍ତ, ଫୋକସରେ ଶ୍ରୀକ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି - DIG Ashish Singh

ଦାୟିତ୍ବ ଗ୍ରହଣ ପରେ ଗୁରୁବାର ଶ୍ରୀମନ୍ଦିର ଗସ୍ତରେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ । ପୁରୀକୁ ବିଶ୍ବ ସ୍ତରରେ ପରିଚିତ କରିବାକୁ ପ୍ରଚେଷ୍ଟା ହେବା ସହ ସମସ୍ତ ଦାୟିତ୍ବକୁ ଶୃଙ୍ଖଳିତ ଭାବେ କରିବା ନେଇ ପ୍ରତିଶ୍ରୁତିବଦ୍ଧ ଥିବା ସେ ଜଣାଇଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ପୁରୀ

By

Published : Aug 22, 2019, 11:51 PM IST

ପୁରୀ: କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଆଶିଷ ସିଂ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ସେ ଗୁରୁବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ନିଜ ଦାୟିତ୍ବକୁ ଶୃଙ୍ଖଳିତ ଭାବେ ତୁଲାଇବା ନେଇ ସେ ଶ୍ରୀଜୀଉଙ୍କ ଠାରେ ପ୍ରାର୍ଥନା କରିଛନ୍ତି।

ନବନିଯୁକ୍ତ ଡିଆଇଜିଙ୍କ ପୁରୀଗସ୍ତ


‘ରାଜ୍ୟ ସରକାର ପୁରୀକୁ ବିଶ୍ବ ଐତିହ ସହର ଭାବେ ଗଢିବାକୁ ଯୋଜନା ଆରମ୍ଭ କରିଦେଇଛନ୍ତି । ଏହାକୁ ତ୍ବରାନ୍ବିତ କରି ଆଗେଇ ନେବାକୁ ସେ ପ୍ରଚେଷ୍ଟା ରହିବ’ ବୋଲି ସିଂ କହିଛନ୍ତି। ଏଥିସହ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଆଗାମୀ ଦିନରେ ଭକ୍ତ ମାନେ ଯେପରି ଏକ ନିଆରା ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ ସେଥିଲାଗୁ ପ୍ରସ୍ତୁତି ଜାରି ରହିଛି । ଏଥିପାଇଁ ବିଶେଷ କରି ପୁରୀ ସହର ବାସୀ , ସେବକମାନେ ଆଗେଇ ଆସି ସରକାରଙ୍କୁ ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି।


ଏହାଦ୍ବାରା ପୁରୀ ଏକ ବିଶ୍ବ ଐତିହ ସହର ରୂପେ ଆଗାମୀ ଦିନରେ ସାରା ବିଶ୍ବରେ ସ୍ବତନ୍ତ୍ର ପରିଚୟ ପାଇବ। ସେହିପରି ପୁରୀରେ ଥିବା 4ଟି ସାମୁଦ୍ରିକ ଥାନାର କର୍ମଚାରୀ ସଂଖ୍ୟା ବୃଦ୍ଧି ସହ ଅତ୍ୟାଧୁନିକ ସୁରକ୍ଷା ସାମଗ୍ରୀ ଖୁବ ଶୀଘ୍ର ରାଜ୍ୟ ସରକାର ପୂରଣ କରିବାକୁ ଯାଉଛନ୍ତି। ଯାହା ଫଳରେ ସମୁଦ୍ର ପଥ ସୁରକ୍ଷିତ ହୋଇ ପାରିବ ବୋଲି ସିଂ ସୂଚନା ଦେଇଛନ୍ତି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details