ଓଡିଶା

odisha

ETV Bharat / state

ମନ ମୋହିଲା ପୁରୀର ସାହି ରଥଯାତ୍ରା

ଶ୍ରୀକ୍ଷେତ୍ର ପୁରୀ ଆଜି ଉତ୍ସବ ମୁଖର । ପରମ୍ପରା ଅନୁସାରେ ବିଭିନ୍ନ ସାହିର ଛୋଟ ପିଲା ମାନେ କୁନି କୁନି ରଥ କରି ବଡ଼ଦାଣ୍ଡ ଅଭିମୁଖେ ଯାଇଥିଲେ ।

By

Published : Jul 4, 2019, 6:50 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପୁରୀ: ଶ୍ରୀକ୍ଷେତ୍ର ପୁରୀ ଆଜି ଉତ୍ସବ ମୁଖର। ମହାପ୍ରଭୁଙ୍କ ଘୋଷଯାତ୍ରାରେ ସମଗ୍ର ବିଶ୍ବ ଆଜି ମହାବାହୁଙ୍କୁ ବଡଦାଣ୍ଡରେ ଦେଖୁଛି । କାଳିଆ ଠାକୁର ଭାଇ ଭଉଣୀଙ୍କୁ ସାଥୀରେ ଧରି ଜନ୍ମ ବେଦି ଗୁଣ୍ଡିଚା ମନ୍ଦିର ଯାଇଛନ୍ତି । ତେବେ କେଵଳ ବଡ଼ ଦାଣ୍ଡ ନୁହେଁ ଶ୍ରୀକ୍ଷେତ୍ର ପୁରୀ ସହରର ଗଳିକନ୍ଦିରେ ଆଜି ରଥଯାତ୍ରା ପାଳନ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ପୁରୀ

ପରମ୍ପରା ଅନୁସାରେ ବିଭିନ୍ନ ସାହିର ଛୋଟ ପିଲା ମାନେ କୁନି କୁନି ରଥ କରି ବଡ଼ଦାଣ୍ଡ ଅଭିମୁଖେ ଯାଇଥିଲେ । ଘଣ୍ଟ ବଜାଇ , ଜୟ ଜଗନ୍ନାଥ ଡାକି ରଥ ଟାଣି ଥିଲେ । ଅନେକ ଭକ୍ତ ମଧ୍ୟ ଏହି କୁନି ରଥରେ ବିରାଜମାନ ହୋଇଥିବା ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦ ଲାଭ କରିଥିଲେ।

ଆଜି ଶ୍ରୀକ୍ଷେତ୍ର ଯେମିତି ରଥମୟ ହୋଇଯାଇଥିଲା । ଯେଉଁ ଗଳିକନ୍ଦି ଦେଖିଲେ ମହାପ୍ରଭୁ କୁନି କୁନି ରଥରେ ବଡ଼ ଦାଣ୍ଡ ଆଭିମୁଖେ ବାହାରିଥିଲେ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଭକ୍ତ ଏହି ସବୁ ଦୃଶ୍ୟ ଦେଖି ଭାବବିହ୍ଵଳ ହୋଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details