ଓଡିଶା

odisha

ETV Bharat / state

ବିବାହ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଦିବ୍ୟଶଙ୍କର ଓ ପ୍ରିୟଙ୍କା - ପ୍ରିୟଙ୍କା ଅଗସ୍ତି

ରବିବାର ପୁରୀ ପିପିଲି ନିକଟ ଏକ ରିସର୍ଟରେ ଦ୍ବିତୀୟ ବିବାହ କରିବା ପରେ ପତ୍ନୀଙ୍କ ସହିତ ଶ୍ରୀମନ୍ଦିର ଗସ୍ତ କରିଛନ୍ତି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଅଧିକ ପଢନ୍ତୁ

Captain Dibya Shankar Mishra
Captain Dibya Shankar Mishra

By

Published : Feb 27, 2023, 4:25 PM IST

Updated : Feb 27, 2023, 4:43 PM IST

ବିବାହ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଦିବ୍ୟଶଙ୍କର ଓ ପ୍ରିୟଙ୍କା

ପୁରୀ:ଜଗାଦ୍ବାରରେ ପହଞ୍ଚିଲେ ନବଦମ୍ପତି ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ପତ୍ନୀ ପ୍ରିୟଙ୍କା ଅଗସ୍ତି । ଗତକାଲି ପିପିଲି ନିକଟ ଏକ ରିସର୍ଟରେ ବିବାହ କରିବା ପରେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଉଭୟ ଦର୍ଶନ କରିଛନ୍ତି । ଉଭୟ ବୈବାହିକ ଜୀବନରେ ଦ୍ବିତୀୟ ଇନିଂସ ଆରମ୍ଭ କରିଥିବା ବେଳେ ଲୋଡ଼ିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦ । ବିବାହ ପରେ ଜୀବନରେ ସୁଖ ସମୃଦ୍ଧି ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଉଭୟ ଆଜି ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ନିଜର ନୂଆ ଜୀବନ କିପରି ଭଲରେ କାଟିବେ ସେ ନେଇ ଠାକୁରଙ୍କୁ ପ୍ରାର୍ଥନା କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ପରେ ଉଭୟ ଦମ୍ପତି ଶ୍ରୀମନ୍ଦିର ପାର୍ଶ୍ଵ ଦେବାଦେବୀ ମନ୍ଦିର ବୁଲି ଦର୍ଶନ ସହ ପୂଜାର୍ଚ୍ଚନା କରିଥଲେ। ଉଭୟଙ୍କ ପରିବାର ଲୋକମାନେ ମଧ୍ୟ ଆସିଥିବା ଦେଖିବାକୁ ମିଳିଛି । ତେବେ ଦର୍ଶନ ପରେ ଦିବ୍ୟ ଶଙ୍କର ଗଣମାଧ୍ୟମ ସମ୍ମୁଖରେ ସେପରି କୌଣସି ଅଧିକ ପ୍ରତିକ୍ରିୟା ରଖିନାହାନ୍ତି । କେବଳ କହିଥିଲେ, "ଜୟ ଜଗନ୍ନାଥ, ଆମେ ଦୁଇ ଜଣ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ ଆସିଥିଲୁ ।"

ରବିବାର ପିପିଲି ନିକଟ ଏକ ରିସର୍ଟରେ ଉଭୟଙ୍କ ନିର୍ବନ୍ଧ ଓ ବିବାହ ଉତ୍ସବ ଗୋଟିଏ ଦିନରେ ହିଁ ଅନୁଷ୍ଠିତ ହୋଇଥିଲା । ସକାଳେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିବା ବେଳେ ଅପରାହ୍ନ ସମୟରେ ପରସ୍ପରକୁ ଦ୍ବିତୀୟ ବିବାହ କରିଥିଲେ । ନିରାଡମ୍ବର ସହିତ ଏହି ରିସର୍ଟରେ କିଛି ଘନିଷ୍ଠ ବନ୍ଧୁ ଓ ପରିବାର ଗହଣରେ ଉଭୟ ପରସ୍ପରକୁ ବରମାଳ ପିନ୍ଧାଇଥିଲେ । ସୂଚନା ଥାଉ କି ଦିବ୍ୟଶଙ୍କର ପୂର୍ବରୁ ଛତିଶଗଡ଼ ଏଭିଏସନର ପାଇଲଟ ଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇସାରିଛି । ଉଭୟଙ୍କ ଏକ ପୁଅ ମଧ୍ୟ ରହିଛି । ଦିବ୍ୟଶଙ୍କରଙ୍କ ଦ୍ବିତୀୟ ବିବାହ ନେଇ ତାଙ୍କ ରାଜନୈତିକ ସଚିବ ଦିନେଶ ବଗର୍ତ୍ତି ସୂଚନା ଦେଇଥିଲେ ।

ଏହା ବି ପଢନ୍ତୁ- Dibya Shankar Wedding: ପ୍ରିୟଙ୍କାଙ୍କୁ ଜୀବନସାଥୀ କଲେ ଦିବ୍ୟଶଙ୍କର, ଆଜି ପଡିଲା ହାତଗଣ୍ଠି

ଏହାପରେ ସେ ନିଜ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଦେକୋଟ ଗାଁର ଭବାନୀ ଅଗସ୍ତିଙ୍କ ଝିଅ ପ୍ରିୟଙ୍କାକୁ ବିବାହ କରିବାକୁ ସ୍ଥିର କରିଥିଲେ । ପ୍ରିୟଙ୍କା ବୃତ୍ତିରେ ସଫ୍ଟୱେର ଇଞ୍ଜିନିୟର ଥିବା ବେଳେ ଏହା ମଧ୍ୟ ତାଙ୍କର ଦ୍ବିତୀୟ ବିବାହ । ଦିବ୍ୟଶଙ୍କରଙ୍କ ଦ୍ବିତୀୟ ପତ୍ନୀ ସାଜିଥିବା ପ୍ରିୟଙ୍କା ପୂର୍ବରୁ ଧର୍ମଗଡ଼ର ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହର ୨ବର୍ଷ ପରେ ସେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ ।

ଦିବ୍ୟଶଙ୍କର ଗତ ୨୦୧୨ ମସିହାରେ ଛତିଶଗଡ଼ ଏଭିଏସନରେ ମୁଖ୍ୟ ପାଇଲଟରୁ ଅବସର ନେବା ପରେ ନିଜ ଜିଲ୍ଲା କଳାହାଣ୍ଡିକୁ ଫେରିଥିଲେ । ଏହାପରେ ସେ ନିଜ ଅଞ୍ଚଳର ସମସ୍ୟାକୁ ନେଇ ବିଜୁ ସଂଘର୍ଷ ବାହିନୀ ଗଠନ କରିଥିଲେ । କଳାହାଣ୍ଡିର ବିଭିନ୍ନ ସମସ୍ୟାକୁ ସେ ସରକାରଙ୍କ ନିକଟରେ ପହଞ୍ଚାଉଥିଲେ । ପରବର୍ତ୍ତୀ ସମୟରେ ୨୦୧୪ ମସିହାରେ ସେ ପ୍ରଥମ କରି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟ ହୋଇଥିଲେ । ଏହାପରେ ପୁଣି ୨୦୧୯ରେ ଜୁନାଗଡ଼ରୁ ବିଜୟୀ ହୋଇଥିଲେ ।

ଇଟିଭି ଭାରତ, ପୁରୀ

Last Updated : Feb 27, 2023, 4:43 PM IST

ABOUT THE AUTHOR

...view details