ଓଡିଶା

odisha

ETV Bharat / state

ହାଇସ୍କୁଲ କଣ୍ଟ୍ରାକ୍‌ଚୁଆଲ ପରୀକ୍ଷା ଘୁଞ୍ଚାଇବାକୁ ପରୀକ୍ଷାର୍ଥୀଙ୍କ ଦାବି - ପରୀକ୍ଷାର୍ଥୀ

ବାତ୍ୟା ଫନିର ପ୍ରକୋପରେ ଏବେ ବି ସ୍ବାଭାବିକ ହୋଇପାରିନି ଜିଲ୍ଲାର ବିଜୁଳି ବ୍ୟବସ୍ଥା । ତେଣୁ ଆଗାମୀ ମେ 30 ଓ 31ରେ ହେବାକୁ ଥିବା ରାଜ୍ୟ ହାଇସ୍କୁଲ କଣ୍ଟ୍ରାକ୍‌ଚୁଆଲ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : May 20, 2019, 11:53 PM IST

ପୁରୀ: ବାତ୍ୟା ଫନିର ପ୍ରକୋପରେ ଏବେ ବି ସ୍ବାଭାବିକ ହୋଇପାରିନି ଜିଲ୍ଲାର ବିଜୁଳି ବ୍ୟବସ୍ଥା । ତେଣୁ ଆଗାମୀ ମେ 30 ଓ 31ରେ ହେବାକୁ ଥିବା ରାଜ୍ୟ ହାଇସ୍କୁଲ କଣ୍ଟ୍ରାକ୍‌ଚୁଆଲ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ପରୀକ୍ଷାରେ ପ୍ରଥମ ଥର ପାଇଁ କମ୍ପ୍ୟୁଟର ବେସ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା କରାଯିବ । ହେଲେ ବିଜୁଳି ବ୍ୟବସ୍ଥା ସ୍ବାଭାବିକ ହୋଇ ନଥିବାରୁ ଏଥିରେ ପ୍ରାୟ 2000 ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହେବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି । ଜିଲ୍ଲାରେ ବିଦ୍ୟୁତ ସେବା ଅସ୍ବାଭାବିକ ଥିବାରୁ ପରୀକ୍ଷା ସମୟରେ ଇଣ୍ଟରନେଟ ସେବା ଉପଲବ୍ଧ ହେବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ ।

ସୂଚନା ଅନୁଯାୟୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗକାରୀ ସଂଗ୍ରାମ ମାନସିଂହ, ଗୁରୁ ପ୍ରସାଦ ସାହୁ, ନମିତା ବିଶୋୟୀ, ପ୍ରତ୍ୟୁଷ ମହାନ୍ତି, ଅମରନାଥ ପଲାଇ, ଦିବ୍ୟଜ୍ୟୋତି ସାମନ୍ତରାୟ, କୃଷ୍ଣ ପୂଜାରୀ ଓ ପ୍ରଣତି ଜାଲି ପ୍ରମୁଖ ଉପସ୍ଥିତ ରହି ନିଜ ଦାବି ଶୁଣାଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details