ଓଡିଶା

odisha

ପିପିଲି ଫାଇଟ: କମ୍ପିଲା ପ୍ରଚାର ମୈଦାନ, ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ

By

Published : Sep 20, 2021, 9:11 PM IST

ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ଜୋର ଧରିଲା ପ୍ରଚାର, ଗାଁ ମୁହାଁ ହେଲେ ନେତା । ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଛି ଡୋର ଟୁ ଡୋର୍ କ୍ୟାମ୍ପେନ । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ: ଆରମ୍ଭ ହେଲା ଡୋର ଟୁ ଡୋର କ୍ୟାମ୍ପେନ
ପିପିଲି ଉପନିର୍ବାଚନ: ଆରମ୍ଭ ହେଲା ଡୋର ଟୁ ଡୋର କ୍ୟାମ୍ପେନ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ଜୋର ଧରିଲା ପ୍ରଚାର । ଗାଁ ମୁହାଁ ହେଲେ ନେତା । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପିପିଲି ଦାଣ୍ଡମୁକୁନ୍ଦପୁର ଠାରୁ ନିଜେ ପ୍ରଚାରର ମଙ୍ଗ ଧରିଥିବା ବେଳେ ନିଜ ଜନ୍ମମାଟିରୁ ପାଣିଦୋଳ ପଞ୍ଚାୟତରୁ ପ୍ରଚାର ଆରମ୍ଭ କଲେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ରୁଦ୍ରଙ୍କ ପାଇଁ ସାସଂଦ ପିନାକୀ ଭୋଟ ଭିକ୍ଷା କରିଥିବା ବେଳେ ଓରକଳରୁ ପ୍ରଚାର ଆରମ୍ଭ କଲା କଂଗ୍ରେସ । ସେପଟେ ପିପିଲି ହାଟଛକରେ କଂଗ୍ରେସ ପାଇଁ ଭୋଟ ଭିକ୍ଷା କଲେ ସୁର ରାଉତରାୟ ।

ପିପିଲି ଉପନିର୍ବାଚନ: ଆରମ୍ଭ ହେଲା ଡୋର ଟୁ ଡୋର କ୍ୟାମ୍ପେନ

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଦାଣ୍ଡମୁକୁନ୍ଦପୁର ଗୋପାଳଜୀଉ ମନ୍ଦିରୁ ପୂଜାର୍ଚ୍ଚନା କରି ପ୍ରଚାରରେ ବାହାରି ଥିବା ବେଳେ ନିଜ ଜନ୍ମ ମାଟି ପାଣିଦୋଳ ପଞ୍ଚାୟତରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ।

ବିଧିବଦ୍ଧ ଭାବରେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଚାରରେ ସମସ୍ତ ଦଳ ପିପିଲି ଦଖଲ ପାଇଁ ଆଶାବାଦୀ ଥିବା ବେଳେ ପିପିଲିରେ ଭୋଟର ବିଜେପି ସପକ୍ଷରେ ଭୋଟ ଦେବେ ବୋଲି ବିଜେପି ପ୍ରାର୍ଥୀ ଆଶ୍ରିତ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ପିପିଲି ଉପନିର୍ବାଚନରେ କଂଗ୍ରେସ ଭଲ ଲଢେଇ କରିବ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିବା ବେଳେ ବିଜେଡି ଓ ବିଜେପିକୁ ପିପିଲିବାସୀ ପ୍ରତ୍ୟାଖାନ କରିବେ ବୋଲି ସେ କହିଛନ୍ତି ।

ବିଜେପି ଆଜି ପିପିଲିର ଦାଣ୍ଡମୁକୁନ୍ଦପୁର, ତେଇଶିପୁର, ଜେନାପୁର ଲକ୍ଷ୍ମୀନାରାୟଣପୁର ଆଦି ପଞ୍ଚାୟତରେ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଥିବା ବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ପିପିଲି ଏନଏଏସିର ବିଭିନ୍ନ ଓ୍ଵାର୍ଡ ସମେତ ମୁଖ୍ୟ ବଜାର ପରିକ୍ରମା କରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ସେପଟେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମଇଦାନକୁ ଓହ୍ଲାଇ ପ୍ରଚାର କରିଛନ୍ତି ପୁରୀ ସାସଂଦ ପିନାକୀ ମିଶ୍ର, ପିପିଲିରେ ପୁଣି ଥରେ ଶଙ୍ଖନାଦ ହେବ ଓ ବିଜେଡି ବହୁମତ ହାସଲ କରିବ ବୋଲି କହିଥିବା ବେଳେ ପିପିଲିରେ ବିଜେଡି ଜିତିବ ବୋଲି ପ୍ରତିକିୟା ରଖିଛନ୍ତି । ପିପିଲି ଦଖଲ ପାଇଁ ବିଜେପି ଓ କଂଗ୍ରେସ କେବଳ ସ୍ଵପ୍ନ ଦେଖୁଛି ବୋଲି ସେ କଟାକ୍ଷ କରିଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ର ନିଜ ଜନ୍ମ ମାଟିରୁ ପ୍ରଚାର ଆରମ୍ଭ କରି ଭୋଟର ମାନଙ୍କ ଘରକୁ ଘର ଯାଇ ଆଶୀର୍ବାଦ ମାଗିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details