ଓଡିଶା

odisha

ETV Bharat / state

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା: ଆନ୍ଦୋଳନରେ ବସିଲେ ବ୍ୟବସାୟୀ - ଜବରଦଖଲ ଉଚ୍ଛେଦ

ବିନା କୌଣସି ନୋଟିସରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଧାରଣାରେ ବସିଛନ୍ତି ବ୍ୟବସାୟୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Aug 26, 2019, 2:25 PM IST

ପୁରୀ: ବଡଦାଣ୍ଡରେ ଆରମ୍ଭ ହୋଇଛି 75 ମିଟର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ହେଲେ ବିନା କୌଣସି ନୋଟିସରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଧାରଣାରେ ବସିଛନ୍ତି ବ୍ୟବସାୟୀ । ସେମାନଙ୍କ କହିବା ଅନୁଯାୟୀ ବିନା କୌଣସି ନୋଟିସ ତଥା ଥଇଥାନ ବ୍ୟବସ୍ଥାରେ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରାଯାଉ । ନଚେତ୍‌ ଆନ୍ଦୋଳନ ତୀବ୍ରତର ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସୂଚନା ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପ୍ରାୟ 75 ମିଟର ପର୍ଯ୍ୟନ୍ତ ଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ରବିବାର ପୋଲିସ ପକ୍ଷରୁ ଶ୍ରୀମନ୍ଦିର ପାଖରେ ଥିବା ଲାଙ୍ଗୁଳି ମଠ, ଏମାର ମଠ ଓ ବଡ ଆଖଡା ମଠରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ସୋମବାର 1ଟା ସୁଦ୍ଧା ଜାଗା ଖାଲି କରିବାକୁ କୁହାଯାଇଛି ।

ଯାହାକୁ ବିରୋଧ କରି ସୋମବାର ଧାରଣାରେ ବସିଛନ୍ତି ବ୍ୟବସାୟୀମାନେ । ଏଥିସହ ଆଗକୁ ସେମାନଙ୍କ ଦାବି ପୂରଣ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details