ଓଡିଶା

odisha

By

Published : Oct 24, 2022, 5:42 PM IST

ETV Bharat / state

ଦୀପାବଳିରେ ଅଶାନ୍ତ ପିପିଲି, ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିପିଲିରେ ଯୁବକଙ୍କୁ ଗୁଳିମାଡ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ
ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ

ପୁରୀ: ଦୀପାବଳିରେ ଅଶାନ୍ତ ହେଲା ପିପିଲି ( bullet shot Firing in Pipili ) । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ଗୁଳି । ପିପିଲିରେ ଯୁବକଙ୍କୁ ଗୁଳିମାଡ । ଯୁବକଙ୍କ ଜଙ୍ଘରେ ଗୁଳି ମାଡ଼ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ପ୍ରଥମେ ଚିକିତ୍ସା ପାଇଁ ପିପିଲି ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ

ଆହତ ଯୁବକ ହେଲେ ପିପିଲି ଉଜାଣିପଡ଼ାର ସାନୁ ପ୍ରଧାନ । କମେଣ୍ଟମରାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ଯୁବକଙ୍କୁ କିଏ ଗୁଳିମାଡ କରିଛି ସେନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇ ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ପୁରୀ, ଇଟିଭି ଭାରତ

ABOUT THE AUTHOR

...view details