ଓଡିଶା

odisha

ETV Bharat / state

ଅନାହାରରେ ବିତୁଛି ଦୁଇଟି ଜୀବନ - ଅନାହାରରେ ବିତୁଛି ଦୁଇଟି ଜୀବନ

ପୁଅ ପାଗଳ, ବାପା ପକ୍ଷାଘାତ ରୋଗରେ ପୀଡିତ । ଦୁହିଁଙ୍କୁ ଛାଡି ଦେଲେ ନିଜର ବୋଲି କେହି ନାହିଁ । ଦୁହିଁଙ୍କ ସାହା ଭରସା ଥିବା ମା ପାଗଳ ପୁଅର କଷ୍ଟକୁ ସହି ନ ପାରି ରୋଗରେ ପଡ଼ି 6 ମାସ ତଳୁ ଚାଲି ଯାଇଛି ଆରପାରିକୁ । ଅଧିକ ପଢନ୍ତୁ...

ଅନାହାରରେ ବିତୁଛି ଦୁଇଟି ଜୀବନ
ଅନାହାରରେ ବିତୁଛି ଦୁଇଟି ଜୀବନ

By

Published : Jul 1, 2021, 8:25 PM IST

ବ୍ରହ୍ମଗିରି: ପୁଅ ପାଗଳ, ବାପା ପକ୍ଷାଘାତ ରୋଗରେ ପୀଡିତ । ଦୁହିଁଙ୍କୁ ଛାଡି ଦେଲେ ନିଜର ବୋଲି କେହି ନାହିଁ । ଦୁହିଁଙ୍କ ସାହା ଭରସା ଥିବା ମା ପାଗଳ ପୁଅର କଷ୍ଟକୁ ସହି ନ ପାରି ରୋଗରେ ପଡ଼ି 6 ମାସ ତଳୁ ଚାଲି ଯାଇଛି ଆରପାରିକୁ । ଦୁହିଁଙ୍କ ରୋଗରେ ଖର୍ଚ୍ଚ ପାଇଁ ଜମି ବାଡ଼ି ଘର ସବୁ ମହାଜନ ପାଖରେ ବନ୍ଧା । ସେଗୁଡିକ ମହାଜନ ନିଜ ଅକ୍ତିଆରକୁ ନେଇଗଲାଣି ।

ଅନାହାରରେ ବିତୁଛି ଦୁଇଟି ଜୀବନ

ଏହି ସବୁ ଦୁଃଖରେ ପାଞ୍ଚ ମାସ ହେବ ବାପା ପକ୍ଷାଘାତ ରୋଗରେ ପୀଡିତ । ଏବେ ବାପା ପୁଅ ଦୁହିଁଙ୍କ ମୁଖରେ ଦାନା ଦେବା ସାତ ସପନ । ବାପା ପଇସା କେଉଁଠୁ ଆଣିବ ଯେ ପାଗଳ ପୁଅର ଚିକିତ୍ସା କରାଇବ । ନିଜର ସମ୍ବଳ କହିଲେ ନିଜ ଆଖିର ଲୁହ ଛଡା ଆଉ କିଛି ନାହିଁ । ପର ଘରେ ଆଶ୍ରୟ ନେଇ ରହୁଥିବା ଘରକୁ ପାଗଳ ପୁଅ ପାଗଳାମୀରେ ଘରର ଆସବାବପତ୍ର ସହିତ ଆଜବେଷ୍ଟ ବାଡେଇ ଭାଙ୍ଗି ଦେଇଥିବାର ଦୃଶ୍ୟ ଦେଖିଲେ ସହି ହେବନି ।

ଆମେ କହୁଛୁ ବ୍ରହ୍ମଗିରି ବ୍ଲକ ଭୁବନପୁର ପଞ୍ଚାୟତ ହସିନପୁର ଗ୍ରାମର ଉପେନ୍ଦ୍ର ମହାନ୍ତିଙ୍କ ଦୁଃଖ ଭରା କାହାଣୀ । ପୁଅ ଉମାକାନ୍ତ +2 ପଢ଼ୁଥିବା ସମୟରେ ଦୁଇ ବର୍ଷ ତଳୁ ପାଗଳ । ପୁଅ କଷ୍ଟ ସହି ନ ପାରି ସ୍ତ୍ରୀ ହୋଇଗଲେ ରୋଗିଣା ହୋଇ ଆରପାରିକୁ ଚାଲିଗଲେ । ସରକାରୀ ସହାୟତା କହିଲେ ପାଖରେ କିଛିବି ନାହିଁ । ଗାଁର କିଛି ଉଦୟମାନ ଯୁବକ ଏକାଠି ହୋଇ ଦୁଇଟି ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା ଚଳାଇଛନ୍ତି ।

ସ୍ଥାନୀୟ ସରପଞ୍ଚ ଜାଣିବା ପରେ କିଛି ଶୁଖିଲା ଖାଦ୍ୟ ଦେଇଛନ୍ତି । ସରକାରଙ୍କୁ ନିବେଦନ କରିଛନ୍ତି ଅଧିକ ସହାୟତା ପାଇଁ । ଉପେନ୍ଦ୍ର କୋହ ଭରା କଣ୍ଠରେ ନିବେଦନ କରିଛନ୍ତି ଯଦି ସରକାର ଅବା ସ୍ବାସ୍ଥ୍ୟମନ୍ତ୍ରୀ ସହାୟତାର ହାତ ବଢ଼ାଇ ଦୁହିଁଙ୍କ ଚିକିତ୍ସାରେ ସହାୟକ ହୁଅନ୍ତେ ଅବା କେହି ସ ହୃଦୟ ବ୍ୟକ୍ତି ସାହାଯ୍ୟ କରନ୍ତେ ତେବେ ଦୁଇଟି ଜୀବନ ବଞ୍ଚିବା ସହିତ ତାଙ୍କର ଚିକିତ୍ସା ହୋଇପାରନ୍ତା ଏବଂ ବନ୍ଧା ପଡିଥିବା ବାସଗୃହଟି ସେ ଫେରିପାଆନ୍ତେ । ଉପେନ୍ଦ୍ରଙ୍କ ଯୋଗାଯୋଗ ମୋବାଇଲ ନମ୍ବର - 9776234120 ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details