ଓଡିଶା

odisha

By

Published : Dec 16, 2020, 3:47 PM IST

ETV Bharat / state

ବଡ଼ଦାଣ୍ଡରେ ଦୋକାନ ଉପରକୁ ବୋମାମାଡ଼ !

ପୁରୀ ବଡଦାଣ୍ଡ ମରିଚିକୋଟ ଛକରେ ଦୋକାନ ଉପରକୁ ବୋମାମାଡ । ଅଧିକ ପଢନ୍ତୁ...

ବଡ଼ଦାଣ୍ଡରେ ଦୋକାନ ଉପରକୁ ବୋମାମାଡ଼
ବଡ଼ଦାଣ୍ଡରେ ଦୋକାନ ଉପରକୁ ବୋମାମାଡ଼

ପୁରୀ: ଶ୍ରୀକ୍ଷେତ୍ର ବଡଦାଣ୍ଡ ମରିଚିକୋଟ ଛକରେ ବୋମାମାଡ଼ । ଆଜି(ବୁଧବାର) ସକାଳ 5 ଟା ରୁ 5:30 ମଧ୍ୟରେ ପୁରୀ ମରିଚିକୋଟସ୍ଥିତ ଏକ ଲସି ଦୋକାନ ସମ୍ମୁଖରେ ଏହି ବୋମାମାଡ଼ ହୋଇଛି । ତେବେ ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏହି ବୋମାମାଡ଼ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବଡ଼ଦାଣ୍ଡରେ ଦୋକାନ ଉପରକୁ ବୋମାମାଡ଼

ସୂଚନାଯୋଗ୍ୟ, ବୋମାମାଡ଼ ଯୋଗୁଁ ଘଟଣାସ୍ଥଳରେ ପ୍ରଚଣ୍ଡ ଶଦ୍ଦ ହୋଇଥିଲା । ତେବେ ପୋଲିସର କହିବା ଅନୁଯାୟୀ ବୋମାମାଡ଼ ହୋଇନାହିଁ । ଭୟଭୀତ କରିବା ଉଦ୍ଦେଶ୍ୟରେ କେହି ବୋମା ବଦଳରେ ବାଣ ବ୍ୟବହାର କରିଛି । ତେବେ ଏ ସମ୍ପର୍କରେ ପୋଲିସ ତଦନ୍ତ କରୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details