ବ୍ରହ୍ମଗିରି: ବଢି ଚାଲିଛି ଅପରାଧ । ନିର୍ଭୟରେ ଅପରାଧ ଭିଆଉଛନ୍ତି ଡକାୟତ । ତେବେ ବ୍ରହ୍ମଗିରି ପଲଙ୍କ ଛକରେ ଥିବା ଏକ ଷ୍ଟେସନାରୀ ଦୋକାନ ଉପରକୁ ବୋମାମାଡ ଓ ଲୁଟ । ଶନିବାର ବିଳମ୍ବିତ ରାତିରେ ଦୋକାନରେ କିଛି ଦୁର୍ବୃତ୍ତ ବୋମାମାଡ କରି ଲୁଟ କରିଥିବା ଜଣାପଡିଛି ।
ଷ୍ଟେସନାରୀ ଦୋକାନ ଉପରକୁ ବୋମାମାଡ଼ ଓ ଲୁଟ - brahmagiri
ବ୍ରହ୍ମଗିରି ପଲଙ୍କ ଛକରେ ଷ୍ଟେସନାରୀ ଦୋକାନ ଉପରକୁ ବୋମାମାଡ । ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଦୋକାନ ମାଲିକ ଥାନାରେ କଲେ ଅଭିଯୋଗ ।
ଫଟୋ ସୌଜନ୍ୟ : ପ୍ରତିନିଧି, ବ୍ରହ୍ମଗିରି
ତେବେ ଦୋକାନ ମାଲିକଙ୍କ ନାମ ଚରଣ ସାହୁ ବୋଲି ଜଣାପଡିଛି । ସକାଳୁ ଚରଣ ଦୋକାନ ଖୋଲିବା ପାଇଁ ଯିବା ବେଳେ ବୋମାମାଡ ସହ ଲୁଟ ହୋଇଥିବା ଜାଣିବା ପାଇଁ ପାଇଥିଲେ। ତେବେ ସଙ୍ଗେ ସଙ୍ଗେ ସେ ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ