ଓଡିଶା

odisha

ETV Bharat / state

ପୁରୀରେ ବୁଲିଛନ୍ତି ବାରହା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଲୋକନାଥ ରୋଡ଼ ପାର୍ବତୀପୁର ଅଞ୍ଚଳରେ ଦୁଇଟି ବାରହା ରାତିରେ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଅଧିକ ପଢନ୍ତୁ...

By

Published : Dec 18, 2020, 6:41 AM IST

boar-in-puriboar Captured on night CCTV in puri
ପୁରୀରେ ପୁଣି ବାରହା ଆତଙ୍କ

ପୁରୀ:ପୁରୀରେ ପୁଣି ବାରହା ଆତଙ୍କ । ଲୋକନାଥ ରୋଡ଼ ପାର୍ବତୀ ପୁର ଅଞ୍ଚଳରେ ଦୁଇଟି ବାରହା ରାତିରେ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ତୁରନ୍ତ ଏହି ବାରହାକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ପୁରୀରେ ପୁଣି ବାରହା ଆତଙ୍କ

ତେବେ ଗତକିଛି ଦିନ ପୂର୍ବରୁ ପୁରୀ ସ୍ୱର୍ଗଦ୍ୱାର ଅଞ୍ଚଳରେ ବାରହା ଆକ୍ରମଣରେ ୬ ଜଣ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଏନେଇ ଖବର ପରେ ପୋଲିସ, ଅଶ୍ନିଶମ ବିଭାଗ ସହ ଜଙ୍ଗଲ ଓ ପରିବେଶ ବିଭାଗ ଲୋକନାଥ ରୋଡ଼ ଛପନଛକର ଏକ ନାଳ ଭିତରୁ ବାରାହକୁ ଉଦ୍ଧାର କରିଥିଲେ । ପରେ ଏହାକୁ ନେଇ ସାତପଡ଼ା ଜଙ୍ଗଲରେ ଛଡ଼ାଯାଇଥିଲା ।

ତେବେ ଗୋଟିଏ ନୁହେଁ ପ୍ରାୟ ୫ ରୁ ୬ ଟି ବାରହା ଲୋକନାଥ ରୋଡ଼ ପାଇକ ସାହି ଓ ପାର୍ବତୀପୁର ଅଞ୍ଚଳରେ ବୁଲୁଥିବାର ଲୋକ ସେହି ସମୟରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ବନ ବିଭାଗ ହାଲୁକା ଭାବେ ଗ୍ରହଣ କରିବା ସହ ଅଣଦେଖା କରିଥିଲା । ଯାହାକି ଏପଟେ ବାରହା ପୁଣି ସେହି ଅଞ୍ଚଳରେ ଦେଖାଦେଇଛି ।

ବୁଧବାର ରାତିରେ ବାରହା ବୁଲୁଥିବାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ତେଣୁ ତୁରନ୍ତ ପରିବେଶ ବିଭାଗ ବାରହାକୁ କାବୁ କରନ୍ତୁ ବୋଲି ଦାବି ହୋଇଛି । ନଚେତ ଆଗକୁ ଶ୍ରୀମନ୍ଦିର ଖୋଲିବା, ପର୍ଯ୍ୟଟନ ଋତୁ ଆସିବା ଏବଂ ପୁରୀରେ ପର୍ଯ୍ୟଟକ ତଥା ତୀର୍ଥଯାତ୍ରୀଙ୍କ ସଂଖ୍ୟା ବଢ଼ିବାକୁ ଥିବାରୁ ସମସ୍ତଙ୍କ ପ୍ରତି ବିପଦ ଦେଖାଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details