ପୁରୀ: ପୁରୀରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନକୁ ବିରୋଧ । କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ । ୟୁଟ୍ୟୁବର କାମିଆ ଜାନିଙ୍କୁ ଶ୍ରୀମନ୍ଦିର ପ୍ରବେଶ କରାଇବାକୁ ନେଇ ପାଣ୍ଡିଆନଙ୍କୁ କଳା ପତାକା ଦେଖାଇ ପ୍ରତିବାଦ କରିଛି କଂଗ୍ରେସ । କାମିଆ ଜାନିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇ ପାଣ୍ଡିଆନ ସନାତନ ବିରୋଧୀ କାମ କରିଛନ୍ତି ବୋଲି କଂଗ୍ରେସ କର୍ମୀ କହିଛନ୍ତି । ତେବେ କଳା ପତାକା ପ୍ରଦର୍ଶନ ପରେ କଂଗ୍ରେସ କର୍ମୀମାନଙ୍କୁ ଅଟକ ରଖାଯାଇଛି ।
ପ୍ରତ୍ୟେକ ଶନିବାର ଭିକେ ପାଣ୍ଡିଆନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ ପାଇଁ ପୁରୀ ଗସ୍ତ କରନ୍ତି । ଆଜି ମଧ୍ୟ ଭୋର ସମୟରେ ସେ ପୁରୀ ଯାଇଥିବା ବେଳେ ଜିଲ୍ଲା କଂଗ୍ରେସ ପକ୍ଷରୁ କଳା ପତକା ପ୍ରଦର୍ଶନ କରାଯାଇଥିଲା । ପାଣ୍ଡିଆନଙ୍କୁ ବିରୋଧ କରି ଗୋ ବ୍ୟାକର ନାରା ଦେଇଥିଲେ କର୍ମୀ । ଏହାପରେ ପୋଲିସ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଥିବା ଜଣାପଡିଛି । କାମିଆ ଜାନି ଗୋମାଂସ ଭକ୍ଷଣ କରୁଥିବା ଅଭିଯୋଗ ହେଉଥିବା ବେଳେ ତାଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରାଇ ପାଣ୍ଡିଆନ ସନାତନ ବିରୋଧୀ କାମ କରିଛନ୍ତି ବୋଲି କଂଗ୍ରେସ କହିଛି ।
ଏହା ମଧ୍ୟ ପଢନ୍ତୁ-ୟୁଟ୍ୟୁବର କାମିଆ ଜାନି ବିବାଦ; କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଶ୍ବ ହିନ୍ଦୁ ପରିଷଦ