ପୁରୀ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି(ବୁଧବାର) ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ଅଫିସ ଆଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଇଛି । ହତ୍ୟାକାଣ୍ଡ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କାର୍ଯ୍ୟ କଳାପ ସନ୍ଦେହଜନକ ଥିବାବେଳେ ପୋଲିସ ଏନେଇ ତଦନ୍ତ କରୁନାହିଁ ବୋଲି ଅଭିଯୋଗ କରିଛି ବିଜେପି ଯୁବ ମୋର୍ଚ୍ଚା।
ମମିତା ହତ୍ୟାକାଣ୍ଡ ଘଟଣା: ପୁରୀ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ, କର୍ମୀଙ୍କ ଅଣ୍ଡାମାଡ଼
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ପୁରୀ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୁରୀ ଜିଲ୍ଲାପାଳ ଓ ଏସପି ଅଫିସ ଆଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ...
ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରିଛି । ତେବେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ବିଜେପି ଯୁବ ମୋର୍ଚ୍ଚା କର୍ମୀ ପୋଲିସ ବ୍ୟାରିକେଡ ଭାଙ୍ଗିବା ସହ ଅଣ୍ଡା ମାଡ଼ କରିଥିଲେ। କିଛି ସମୟ ପୁରୀ ଏସପିଙ୍କ ଅଫିସ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ତେବେ ପୋଲିସ ପକ୍ଷରୁ ଘଟଣାକୁ ନିୟନ୍ତ୍ରଣ କରାଯାଇଥିଲା। ବିଜେପି ଯୁବ ମୋର୍ଚ୍ଚାର କହିବା କଥା ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଯୁବକଙ୍କ ମଧ୍ୟରେ ପ୍ରଚଣ୍ଡ ଆକ୍ରୋଶ ସୃଷ୍ଟି ହୋଇଛି । ଯାହାକି ଆଜି ପୁରୀରେ ପ୍ରତିଫଳିତ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ