ଭୁବନେଶ୍ବର: ପିପିଲି ଉପନିର୍ବାଚନରେ ଶାସକ ବିଜେଡିର ନିର୍ବାଚନୀ ପ୍ରଚାରରେ ମାତିଛନ୍ତି ସରକାରୀ କର୍ମଚାରୀ । ବିଜେଡିର ନିର୍ବାଚନୀ ଜନସଭା ପାଇଁ ଲୋକ ଯୋଗାଡ କରୁଛନ୍ତି ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀ । ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳରେ ଏପରି କିଛି ଘଟଣା ସାମ୍ନାକୁ ଆସିଥିବା ଅଭିଯୋଗ ଆଣିଛି ବିରୋଧୀ ବିଜେପି । ଦଳ ପକ୍ଷରୁ ଅଭିଯୋଗ ଅଣାଯିବା ସହ ଆଜି ବିଜେପି ମୁଖପାତ୍ର ଉର୍ମିଳା ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ମଧ୍ୟ ହୋଇଛି ।
BJD ପାଇଁ ପ୍ରଚାର କରୁଛନ୍ତି ସରକାରୀ କର୍ମଚାରୀ, CEOଙ୍କୁ ଫେରାଦ ହେଲା BJP - ପିପିଲି ନିର୍ବାଚନ ଅପଡେଟ
ପିପିଲି ଉପନିର୍ବାଚନରେ ସରକାରୀ ଦଳ ପାଇଁ ସରକାରୀ କର୍ମଚାରୀ ନିର୍ବାଚନୀ ପ୍ରଚାରରେ ଲାଗିଥିବା ଅଭିଯୋଗ । ସିଇଓଙ୍କୁ ଭେଟି କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ଦାବି କଲା ବିଜେପି ଟିମ । ଅଧିକ ପଢନ୍ତୁ...
BJPର ଅଭିଯୋଗ ଅନୁସାରେ, ବିଜେଡି ନିର୍ବାଚନ ପ୍ରଚାରରେ ଏହି ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଜଣଙ୍କ ମଞ୍ଚ ପରିଚାଳନା କରୁଥିବା ସହ ଢେଙ୍କାନାଳ ବିଧାୟକଙ୍କୁ ମାଳ ପିନ୍ଧାଇଲେ । ସେହିପରି ସଭା ପାଇଁ ଆବଶ୍ୟକୀୟ ସଂଖ୍ୟକ ଲୋକ ମଧ୍ୟ ଯୋଗାଡ କାର୍ଯ୍ୟରେ କର୍ମଚାରୀଜଣଙ୍କ ଲାଗିଥିବା ମଧ୍ୟ ବିଜେପି କହିଛି । ତେବେ ବର୍ତ୍ତମାନ ସ୍ଥିତିରେ ସ୍ବଚ୍ଛ ନିରପେକ୍ଷ ମତଦାନ କରିବାକୁ ହେଲେ ୯୭ଟି ସମ୍ବେଦଶୀଳ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ସହ ଓ୍ବେବ କାଷ୍ଚିଂ ମଧ୍ୟ କରିବା ପାଇଁ CEOଙ୍କ ନିକଟରେ ଦାବି କରିଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ