ଓଡିଶା

odisha

ETV Bharat / state

ବ୍ରହ୍ମଗିରି ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ସଞ୍ଜୟଙ୍କ ଶକ୍ତି ପ୍ରଦର୍ଶନ - ବ୍ରହ୍ମଗିରିରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବ୍ରହ୍ମଗିରି ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ବରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ । ଏଥିରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ । ସ୍ଥାନୀୟ ହେଲିପ୍ୟାଡ଼ ଠାରେ ଏକ ସାଧାରଣ ସଭାରେ ପୁଣିଥରେ ବିଧାୟକ ଭାବେ ବ୍ରହ୍ମଗିରିର ସେବା କରିବା ପାଇଁ ଜନ ସାଧାରଣଙ୍କ ଆଶୀର୍ବାଦ ଲୋଡ଼ିଥିଲେ ସଞ୍ଜୟ ଦାସବର୍ମା । ଅଧିକ ପଢ଼ନ୍ତୁ

ଜନ ସମ୍ପର୍କ ପଦଯାତ୍ରାରେ ଶକ୍ତି ପଦର୍ଶନ କଲେ ସଞ୍ଜୟ
ଜନ ସମ୍ପର୍କ ପଦଯାତ୍ରାରେ ଶକ୍ତି ପଦର୍ଶନ କଲେ ସଞ୍ଜୟ

By

Published : Nov 5, 2022, 9:47 AM IST

ବ୍ରହ୍ମଗିରି: ସାରା ରାଜ୍ୟରେ ଜାରି ରହିଛି ବିଜେଡି ଜନ ସମ୍ପର୍କ ପଦଯାତ୍ରା । ଏହି କ୍ରମରେ ବ୍ରହ୍ମଗିରି ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ବରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ପଦଯାତ୍ରା ସମୟରେ ସ୍ଥାନୀୟ ହେଲିପ୍ୟାଡ଼ ଠାରେ ଏକ ସାଧାରଣ ସଭାର ମଧ୍ୟ ଆୟୋଜନ ହୋଇଥିଲା ।

ବିଜେଡି ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଗତ ଅକ୍ଟୋବର ୨ରୁ (ଗାନ୍ଧୀ ଜୟନ୍ତୀ) ରାଜ୍ୟରେ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନୀୟ ନେତାଙ୍କ ନେତୃତ୍ବରେ ଅନୁଷ୍ଠିତ ହେଉଛି ଏହି ପଦଯାତ୍ରା ।

ତେବେ ଏହି କ୍ରମରେ ଆଜି (ଶୁକ୍ରବାର) ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ବରେ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିର ଠାରୁ କେରାଣ୍ଡିଆ ହେଲିପ୍ୟାଡ଼ ଦୀର୍ଘ 3 କିମି ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ସମର୍ଥିତ ସମସ୍ତ ଲୋକ ପ୍ରତିନିଧି ଏବଂ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଏହି ପଦଯାତ୍ରାରେ ପରିକ୍ରମା କରିଥିଲେ ।

ଏହାପରେ ହେଲିପ୍ୟାଡ଼ ଠାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏହି ବୈଠକରେ ପୂର୍ବତନ ବିଧାୟକଙ୍କ ପାଇଁ କଣ୍ଟା ସାଜିଥିବା ଗୃହଭେଦୀ ବିଭିଷଣ ମାନଙ୍କୁ ଉଚିତ ଜବାବ ଦେବା ସହିତ 4 ବର୍ଷର ଅପାରଗ ବିଧାୟକଙ୍କ ବିରୋଧରେ ସ୍ବର ଉଠାଇବା ପାଇଁ ସମର୍ଥକ ମାନଙ୍କୁ ଦାସବର୍ମା ଆହ୍ବାନ ଦେଇଥିଲେ । ଏହା ସହ ଆଗାମୀ ଦିନରେ ବ୍ରହ୍ମଗିରିରେ ପୁଣିଥରେ ବିଧାୟକ ଭାବରେ ସେବା କରିବା ପାଇଁ ଜନ ସାଧାରଣଙ୍କୁ ଆଶିର୍ବାଦ ମାଗିଥିଲେ ସଞ୍ଜୟ ଦାସବର୍ମା ।

ଇଟିଭି ଭାରତ, ବ୍ରହ୍ମଗିରି

ABOUT THE AUTHOR

...view details